କେନ୍ଦୁଝର ୯।୧୧: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁର ଠାରେ କ୍ରୁଟ ଆମ ବସ୍ ଧକ୍କାରେ ତିନି ମହିଳା ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବସ୍‌କୁ ସ୍ଥାନୀୟ ବାସିନ୍ଦା ଅଟକାଇ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 Also Read:- ଫୁଟବଲ୍ ଫାଇନାଲରେ ଚେୟାର ଫିଙ୍ଗାଫୋପଡ଼ା, ପଡ଼ିଆ ଭିତରକୁ ଧସେଇ ପଶିଲେ ଦର୍ଶକ

ସୂଚନାଯୋଗ୍ୟ ଯେ, ତିନି ଜଣ ମହିଳା ଏକ ସ୍କୁର ଯୋଗେ ପୁରୁଣା ସହରରୁ କେନ୍ଦୁଝର ସହର ଆଡ଼େ ଯାଉଥିବା ବେଳେ ସ୍ଥାନୀୟ ଆଟୋପୁର ଠାରେ କ୍ରୁଟ ଆମ ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସ୍କୁଟର ଆରୋହୀ ତିନି ଜଣ ଗୁରୁତର ହୋଇଥିଲେ । ଏହି ଘଟଣା ପରେ ଆମ ବସ୍ ଉକ୍ତ ରାସ୍ତାରେ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବସ୍ ଡ୍ରାଇଭରକୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।