ଉଦଳା ୯।୧୧: ଚାଲିଥିଲା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ହେଲେ ଫାଇନାଲ ମ୍ୟାଚରେ ପେନାଲଟି ସୁଟ ଆଉଟରେ ବିଳମ୍ବ ହେବାରୁ ତାତିଲେ ଦର୍ଶକ । ପଡିଆ ଭିତରକୁ ପଶିଲେ, ଚେୟାର ଫିଙ୍ଗିଲେ ଓ ଭାଙ୍ଗିଲେ । ଖେଳ ପଡିଆ ପାଲଟିଲା ରଣକ୍ଷେତ୍ର ।

Also Read:- ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି : ଛାତ୍ରଛାତ୍ରୀ ସଫା କରୁଛନ୍ତି ଟଏଲେଟ୍, ମାଜୁଛନ୍ତି ବାସନ !

ଖୁଣ୍ଟା ଥାନା ଭୋଳାଗଡିଆ ଠାରେ ଚାଲିଥିଲା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚ ବାଙ୍ଗିରିପୋଷି ଓ ରାଉରକେଲା ମଧ୍ୟରେ ହେଉଥିଲା । ହେଲେ ବାଙ୍ଗିରିପୋଷି ବିରୋଧରେ ଏକ ପେନାଲଟି ଦେବା ପାଇଁ ରାଉରକେଲା ଦଳକୁ ରେଫରୀ କହିଥିଲେ । କିନ୍ତୁ ବାଙ୍ଗିରିପୋଷି ଦଳ ତାହା ମାନିବାକୁ ନାରାଜ ଥିଲେ । ଯେଉଁଥି ପାଇଁ ଖେଳ ବିଳମ୍ବ ହୋଇଥିଲା । ଏହାପରେ ତାତିଥିଲେ ଦର୍ଶକ । ପଡିଆ ଭିତରକୁ ପଶିବା ସହିତ ଚେୟାର ଫିଙ୍ଗିବା, ଭାଙ୍ଗିବା ଏବଂ ଗଣ୍ଡଗୋଳ ହୋଇଥିଲା । ଯାହା ଫଳରେ ଖେଳ ବନ୍ଦ ହୋଇଯାଇଥିଲା ।