ରାଇରଙ୍ଗପୁର: ବାହାଘର ଭୋଜି ଖାଇ ଖୁସି ମନରେ ଫେରୁଥିଲେ। ହେଲେ ବାଟରେ ଘଟିଲା ଅଘଟଣ। ଭାରସାମ୍ୟ ହରାଇ ଘାଟିରୁ ଖସିପଡ଼ିଲା ବାଇକ୍ । ଫଳରେ ବାଇକରେ ବସିଥିବା ତିନି ଜଣକରେ ହୋଇଯାଇଛି ଅକାଳ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଇରଙ୍ଗପୁର ଗୋରୁ ମହିଷାଣୀ ଥାନା ଗରଡ଼ାପାଣି ଘାଟିରେ।

ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ, ସୂଚନା ପାଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।