କେନ୍ଦୁଝର ୨୮।୯: କେନ୍ଦୁଝରର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା । ତିନି ଜଣ ଅଭିଯୁକ୍ତ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିବା ପରେ ଜାମିନ ଆବେଦନ କରିଛନ୍ତି ।

ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଅଭିଯୋଗରେ ୫ଟି ଜିଲ୍ଲାରେ ଭିଜିଲାନ୍ସ ଖୋଳତାଡ଼ କରିଥିବା ବେଳେ କିଛି ଠିକାଦାର ଏବଂ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କେନ୍ଦୁଝର ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ ପାଇଁ ଆତ୍ମସମର୍ପଣ କରିଥିବା ତିନି ଜଣ ଯନ୍ତ୍ରୀ ହେଲେ ମନୋରଞ୍ଜନ ଜେନା, ଚିତ୍ତରଂଜନ ମିସ୍ତ୍ରୀ ଓ ମୀନକେତନ ସାମଲ ।

Also Read:- ଦେଓ ନଦୀର ବନ୍ୟା ଉଜାଡ଼ିଦେଲା ଘରଦ୍ୱାର, ପଲିଥିନ ତଳେ ରାତି କାଟୁଛନ୍ତି ବନ୍ୟା ପୀଡ଼ିତ

ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା ୫ଟି ଜିଲ୍ଲାରେ ବ୍ୟାପିଥିଲା । ପୂର୍ବରୁ କଣ୍ଟ୍ରାକ୍ଟର ବିଭୂତି ଭୂଷଣ ବିଶ୍ୱାଳ ଜେଲ୍ ଯାଇ ବେଲ୍ ପାଇସାରିଛନ୍ତି ।