ପୁରୀ ୧୨।୦୭ :  ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବୁଡ଼ିଗଲେ ତିନି ଜଣ ପର୍ଯ୍ୟଟକ । ପରେ ସେମାନଙ୍କୁ ଉଦ୍ଧାର ପାଇଁ ଦୌଡି ଆସିଥିଲେ ଅଗ୍ନିଶମ ବାହିନୀ । ଅକ୍ଲାନ୍ତ ପରିଶ୍ରମ ପରେ ତିନି ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ଖବର ଅନୁଯାୟୀ, ଛତିଶଗଡ଼ର ତିନି ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ରବିବାର ଦିନ ମଧ୍ୟାହ୍ନ ସମୟରେ ପୁରୀ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ପୁରୀ ସମୁଦ୍ର ସେକ୍ଟର ୯ ଚୈତନ୍ୟ ଛକରେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ବୁଡ଼ିଯାଇଥିଲେ । ଏହାପରେ ତୁରନ୍ତ ଘଟଣାସ୍ଥଳରେ ଥିବା ଅଗ୍ନିଶମ ବାହିନୀ ଏବଂ ଲାଇପ ଗାର୍ଡମାନେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ନିଜ ନିଜ ଉଦ୍ୟମରେ ହୋଇଥିଲା ସଫଳ । ସୁରକ୍ଷିତ ଭାବେ ତିନି ଜଣ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ତିନି ପର୍ଯ୍ୟଟକ ଛତିଶଗଡର ତୁଳସୀ ମାଣିକପୁରୀ, ମୁକେଶ କେଓ୍ବତ, ଭୈବବ କେଓ୍ବତ।

Also Read:-୧୨୧ ଟଙ୍କା ଦେଇ ରଥଯାତ୍ରାରେ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନିଅନ୍ତୁ… ଭାଇରାଲ୍ ବିଜ୍ଞାପନ କେତେ ସତ କେତେ ମିଛ ?