ପୁରୀ ୧୨।୭: ରଥଯାତ୍ରା ପୂଜା ଓ ସେବା ନାଁରେ ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ ଖେଳୁଛି ଶ୍ରୀମନ୍ଦିର ନାମକ ଆପ୍ । ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇଛି ଏହି ଆପ୍ । ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇ ପାରିବେ । ଏମିତି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀମନ୍ଦିର ନାମକ ଏକ ଆପ୍‌ରେ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ଶ୍ରୀଗୁଣ୍ଡିଚାର ପ୍ରଥମ ଦିନରେ ୧୦୧ କିଲୋର ଖେଚୁଡ଼ି ବଣ୍ଟନ ହେବ । ଏହି ସେବାରେ ମାତ୍ର ୧୨୧ ଟଙ୍କା ଦେଇ ଆପଣ ସାମିଲ ହୋଇ ପାରିବେ ବୋଲି ଏକ ବିଜ୍ଞାପନ ଦେଇଛି ଉକ୍ତ ଶ୍ରୀମନ୍ଦିର ଆପ୍ । ତେବେ ଏହା ଏକ ଫ୍ରଡ୍ ହୋଇପାରେ ବୋଲି ପ୍ରାରମ୍ଭିକ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Also Read:- ଝଗଡ଼ା ବେଳେ ମୋବାଇଲରେ ମାଡ଼ମାରି ଲହୁଲୁହାଣ କଲେ ସ୍ତ୍ରୀ, ହସ୍ପିଟାଲରେ ଆଖିବୁଜିଲେ ସ୍ବାମୀ

ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଭଳି ଶହ ଶହ ବିଜ୍ଞାପନ ଭାଇରାଲ୍ ହେଉଛି । ଅନେକ ଫ୍ରଡ୍ ସଂସ୍ଥା ମଧ୍ୟ ପୂର୍ବରୁ ଏଭଳି ଭକ୍ତଙ୍କ ଭାବାବେଗ ସହ ଖେଳି ଠକେଇ କରି ଆସୁଛନ୍ତି । ତେବେ ଅବଢ଼ା, ପୂଜା, ଭେଟି ଇତ୍ୟାଦି ନାଁରେ ଠକେଇ କରୁଥିବା ୪ଟି ୱେବସାଇଟକୁ ଡାଉନ୍ କରିଛି କ୍ରାଇମ୍‌ବ୍ରାଞ୍ଚ ଓ ସାଇବର୍ ସେଲ୍ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ।