ଭୁବନେଶ୍ୱର ୧୭।୦୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଅବସରରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଆଜି ସୋମବାରରେ ଜଳଲାଗି ପାଇଁ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସିଛନ୍ତି।

ତେବେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଲୋକନାଥ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମଧ୍ୟରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ବଢିବା ପରେ ଜଳ ଲାଗି ଆରମ୍ଭ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ପ୍ରବେଶ ପରେ ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରୁଛନ୍ତି। ଜଳ ଲାଗି କରୁଥିବା ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ହୋଇଛି। ସେପଟେ ମନ୍ଦିର ଭିତରେ ଓ ବାହାରେ ଯେଭଳି କୌଣସି ବିଶୃଙ୍ଖଳା ନହୁଏ ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି।

Also Read:-Eye Infection: ବର୍ଷାଋତୁରେ ବଢିଯାଏ ଆଖି ସଂକ୍ରମଣର ବିପଦ, ଜାଣନ୍ତୁ ଏକ୍ସପର୍ଟଙ୍କ ଟିପ୍ସ

ସେହିପରି ରାଜ୍ୟର ଅନେକ ଶୈବପୀଠରେ ମନ୍ଦିର ଜଳଲାଗି ଲାଗି ଭିଡ଼ ଲାଗିରହିଛି । ଯେପରି ଆଠଗଡ଼ର ବାବା ଧବଳେଶ୍ୱର, ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜ ଆଦି ମନ୍ଦିର ରହିଛି । ସେଠାରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Watch Video:-

​​​​​​​