ପୁରୀ: ଭକ୍ତ ବେଶରେ ଆସିଲେ। କାଳିଆ ଦୁଆରେ ଲୁଟିଲେ। ସୋମବାର ସକାଳେ ମଙ୍ଗଳଆରତୀ ଚାଲିଥିବା ସମୟରେ ଶ୍ରୀମନ୍ଦିର ଭିତରୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ। ଯୁବକ ଜଣକୁ ଅଟକ ରଖି ସିଂହଦ୍ବାର ଥାନାକୁ ଆଣିଛି ସାଧା ପୋଷାକଧାରୀ ପୋଲିସ। ଘଟଣାକୁ ତଦନ୍ତ କରୁଛି ପୋଲିସ। ସୁନା ଚେନ୍‌ ଚୋରି ଉଦ୍ୟମ ବେଳେ ଧରାପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ପୁରୀରେ ଦିନକୁ ଦିନ ଚୋରି, ଲୁଟପାଟ ବଢିବାରେ ଲାଗିଛି। ଏହାକୁ ଦମନ କରିବା ପାଇଁ ପୋଲିସ୍‌ ପ୍ରୟାସ କରୁଛି। ସାଦା ବେଶରେ ପୋଲିସଙ୍କୁ ମୁତୟନ କରାଯାଉଛି।