ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ସାଧାରଣ ପରିଷଦ ବୈଠକରେ ହୋହଲ୍ଲା। ଉନ୍ନତି ମୂଳକ କାର୍ଯ୍ୟ ଟେଣ୍ଡର ବାତିଲକୁ ନେଇ ହୋହଲ୍ଲା ପରେ ଧାରଣା ଦେଲେ ଦୁଇ ମହିଳା କର୍ପୋରେଟର। ୩୭ ନମ୍ୱର୍ ଓ୍ବାର୍ଡର କର୍ପୋରେଟର ବନିତା ସାହୁ ଏବଂ ୬ ନମ୍ୱର୍ ଓ୍ବାର୍ଡର ଶ୍ୱେତା ରେଖା ତ୍ରିପାଠୀ ଜାଣିଶୁଣି କାମ ଟେଣ୍ଡର ବାତିଲ କରାଯାଉଥିବା ଅଭିଯୋଗ ଆଣି ଧାରଣାରେ ବସିଥିଲେ।

ତେବେ ମେୟର ସଂଘମିତ୍ରା ଦଳାଇଙ୍କ ବୁଝ ସୁଝା ପରେ ଶ୍ୱେତା ରେଖା ଧାରଣାରୁ ହଟିଥିଲେ। ସେହିଭଳି ଯେଉଁମାନେ ବି ଟେଣ୍ଡର ବାତିଲ କରିଛନ୍ତି ସେହି ଜେଇଇ, ଏସଡିଓ, ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଶ୍ୱାସନା ପରେ କର୍ପୋରେଟର୍ ବନିତା ଧାରଣାରୁ ହଟିଛନ୍ତି।