ଭୁବନେଶ୍ବର ୬।୪: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ, LPGର କୌଣସି ଅଭାବ ନାହିଁ । ଗୋଟେ ଦୁଇଟି ସ୍ଥାନରେ ପେଟ୍ରୋଲ-ଡିଜେଲ ମିଳିବାରେ ସମସ୍ୟା ହେଉଛି କିନ୍ତୁ ଅସୁବିଧା ନାହିଁ । LPG ଗ୍ୟାସ୍‌ରେ କୌଣସି ସମସ୍ୟା ନାହିଁ ବୋଲି ଯୋଗାଣ ସଚିବ ସଞ୍ଜୟ ସିଂ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ୭୦ ପ୍ରତିଶତ କମର୍ସିଆଲ ପାଇଁ LPG ଗ୍ୟାସ୍ ପ୍ରଦାନ କରାଯାଉଛି । ଯେଉଁଠି ଅତି ଆବଶ୍ୟକ ଅଛି ସେଠାକୁ ୨୦ ପ୍ରତିଶତ LPG ଆଗୁଆ ଯୋଗାଇ ଦିଆଯାଇଛି । ଏହାକୁ ମନିଟରିଂ କରିବାକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଅଛି । ୫ କେଜି ସିଲିଣ୍ଡରକୁ ନେଇ ତୈଳ କମ୍ପାନୀ ମାନେ ଇ-କେଓ୍ବାଇସି କରିକି ଦେଉଛନ୍ତି । ସେଥିରେ କୌଣସି ଅସୁବିଧା ନାହିଁ । ଶ୍ରମିକ ଓ ଛାତ୍ରଛାତ୍ରୀ ମାନେ ୫ କେଜି ଗ୍ୟାସ୍ ନେବାକୁ ହେଲେ ଆଇଡି ଦେଖାଇ ନେଇପାରିବେ ।

Also Read:- Oath taking: ମୁଁ...ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଲେ ୩ ସାଂସଦ

ତୈଳ କମ୍ପାନୀ ମାନେ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କରି ୫ କେଜି ଗ୍ୟାସ୍ ପ୍ରଦାନ କରାଯାଉଛି । କଟକଣା ସେହି ମାନଙ୍କ ପାଇଁ ଯିଏ ବିନା ଅନୁମତିରେ ବ୍ୟବସାୟ କରୁଛନ୍ତି । କଳାବଜାରୀ ରୋକିବା ପାଇଁ ହିଁ ଏହି ପଦକ୍ଷେପ ନିଆଯାଇଛି । ୩୧ ହଜାର ୫ଶହଟି ସିଲିଣ୍ଡରକୁ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଛି ବିଭାଗ । ଖାଦ୍ୟ ସାମଗ୍ରୀ ଉପରେ ବି ବିଭାଗର ନଜର ରହିଛି । ଦରବୃଦ୍ଧି ସହ ଅଭାବୀ କେମିତି ନ ହେବ ସେ ଉପରେ ମଧ୍ୟ ନଜର ରହିଛି ବୋଲି ଯୋଗାଣ ସଚିବ କହିଛନ୍ତି ।

PNG ସଂଯୋଗ ନେଇ ବ୍ୟବହାର କରିବାକୁ ମଧ୍ୟ ଯୋଗାଣ ସଚିବ କହିଛନ୍ତି । LPG ଠାରୁ PNG ଦର କମ୍ । ତେଣୁ ସମସ୍ତେ ବ୍ୟବାହର କଲେ ଭଲ । ଆବେଦନ କରି  PNG କନେକ୍ସନ୍ ନେଇ ପାରିବେ । ଦ୍ରୁତଗତିରେ PNG ସଂଯୋଗ ଆରମ୍ଭ କରାଯାଇଛି । ଯେଉଁମାନେ PNG କନେକ୍ସନ୍ ନେଇଛନ୍ତି ସେମାନେ ବ୍ୟବହାର କରନ୍ତୁ ।