ନୂଆଦିଲ୍ଲୀ: ଲୋକେ ଅସୁବିଧାରେ ପଡିଲେ ଭଗବାନଙ୍କୁ ମନେ ପକାନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜେ ମନକୁ ମନ ଭଗବାନଙ୍କ ସହ କଥା ହୁଅନ୍ତି। ହେଲେ ଏବେ ଆପଣ ସିଧା ଭଗବାନଙ୍କୁ ଭୟେସ ଏବଂ ଭିଡିଓ କଲ କରିପାରିବେ। ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ ହେଲେ କଥାଟା ଏକଦମ ସତ। କୁତ୍ରିମ ବୁଦ୍ଧିମତା (ଏଆଇ) ଏହି କମାଲ କରୁଛି। ଏଆଇ ନା କେବଳ ଆପଣଙ୍କ ପାଇଁ କୋଡ ଲେଖୁଛି ଓ ଆପଣଙ୍କ କାମ କରୁଛି ଏବା ଭଗବାନଙ୍କ ନକଲ ମଧ୍ୟ କରୁଛି।

ସୋସିଆଲ ମିଡିଆରେ ‘ଜଷ୍ଟ ଲାଇକ୍ ମି’ ନାମକ ଏକ ନୂଆ ଆପ୍ ଦ୍ରୁତ ଭାଇରାଲ ହେଉଛି। ଏହା ମାଧ୍ୟମରେ ଆପଣ ଇସା ମସିହଙ୍କ ସହ ଭୟେସ ଓ ଭିଡିଓ କଲ କରିପାରିବେ ଓ ଏଥି ପାଇଁ ୟୁଜରଙ୍କୁ ପ୍ରତି ମିନିଟ୍ ୧.୯୯ ଡଲାର ଅର୍ଥାତ ୧୮୫ ଟଙ୍କାର ମାମୁଲି ଫି ଦେବାକୁ ପଡୁଛି। କିପରି କାମ କରୁଛି ଏହି ଆପ, ଏଆଇ କିପରି ହେଲା ଇସା ମସିହ? ଚାଲନ୍ତୁ ଭଗବାନଙ୍କ ସହ କଥା କରାଉଥିବା ଏହି ନୂଆ ସର୍ଭିସ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା।

ଏଆଇ କରାଉଛି ଇସା ମସିହାଙ୍କ ସହ କଥା
ଜଷ୍ଟ ଲାଇକ୍ ମି ଏକ ଏପରି ପ୍ଲାଟଫର୍ମ ଯାହା ୟୁଜରଙ୍କୁ ଏଆଇ ଅବତାରଙ୍କ ସହ କଥା ହେବାର ସୁବିଧା ଦେଉଛି। ଏଥିରେ ଆଧ୍ୟାତ୍ମିକ ଗୁରୁମାନଙ୍କଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ଅଛନ୍ତି।ଇସା ମସିହଙ୍କ ଅବତାର ମଧ୍ୟ ୱେବସାଇଟରେ ଥିବା ଅନ୍ୟ ସବୁ କ୍ୟାରେକ୍ଟରଙ୍କ ଭଳି କାମ କରୁଛି। ଏହାକୁ ପ୍ଲାଟଫର୍ମରେ ଜେସସ୍ (ୱିଥ୍ ଲଭ ବାଇ ଏଆଇ) ଭାବେ ଦେଖା ଯାଇଛି। ଜଷ୍ଟ ଲାଇକ୍ ମି ସିଇଓ କ୍ରିସ ବ୍ରିଡ କହିଛନ୍ତି ଯେ ଅବତାର ଦେଖିବାକୁ ‘ଦି ଚୋଜନ’ ସିରିଜର ଅଭିନେତା ଜୋନାଥନ ରୁମିଙ୍କ ଦ୍ୱାରା ପ୍ରେରିତ। ଏହି ଏଆଇକୁ କିଙ୍ଗ ଜେମସ୍ ବାଇବଲ ଓ ଉପଦେଶ ଉପରେ ପ୍ରଶିକ୍ଷିତ କରାଯାଇଛି।

ଚିନ୍ତା ଓ ଡର ନିୟନ୍ତ୍ରଣ ପାଇଁ ସହାୟକ ହୋଇପାରେ
ୱେବସାଇଟ୍ ରେ ଥିବା ଜେସସଙ୍କ ପେଜ୍ ଦାବି କରୁଛି ଯେ ଏହା ଆପଣଙ୍କୁ ‘ଚିନ୍ତା ଓ ଡର’ ଉପରେ କାବୁ ପାଇବାରେ ସହାୟତା କରିପାରେ। ନଚେତ ଆପଣଙ୍କୁ ଆପଣଙ୍କ ପରିଚୟ ଓ ‘ଆତ୍ମ ମୂଲ୍ୟ’ ଖୋଜିବାରେ ସକ୍ଷମ କରିପାରେ। ୟୁଜର ଜେସସଙ୍କ ଏଆଇ ଅବତାର ସହ ମନଇଛା କଥା ହୋଇ ପାରିବେ ଓ ବଦଳରେ ପରାମର୍ଶ ଅଥବା ଭାବନାତ୍ମକ ସାହାରା ପାଇ ପାରିବେ। ବ୍ରିଡଙ୍କ କହିବା କଥା ହେଉଛି ଏକ ଏଆଇ ଜିସୁ ମଣିଷ ମନରେ ସେପରି ଭାବନା ସୃଷ୍ଟି କରିପାରିବ ଯେପରି ସେ ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ବେଳେ ଅନୁଭବ କରନ୍ତି।

କିପରି କାମ କରୁଛି ପ୍ଲାଟଫର୍ମ
ଏହି ପ୍ଲାଟଫର୍ମକୁ ଉପଯୋଗ କରିବା ବେଶ୍ ସହଜ। ଆପଣ ଜଷ୍ଟ ଲାଇକ୍ ମି ଡଟ୍ କମ ୱେବସାଇଟ୍ କୁ ଯାଇ ଏହି ପ୍ଲାଟଫର୍ମରେ ନିଜର ଆକାଉଣ୍ଟ ଖୋଲି ପାରିବେ। ସର୍ଚ୍ଚ ବାରରେ ଜେସସ ଲେଖି ସର୍ଚ୍ଚ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଜେସସ୍ (ୱିଥ୍ ଲଭ ବାଇ ଏଆଇ) ଅପସନ ଆସିଯିବ। ଆପଣ ଏହି ଅପସନ ଉପରେ ଟ୍ୟାପ କରି ଆଗକୁ ବଢିବେ। ଏହା ପରେ ଆପଣଙ୍କ ଆଗରେ ଏକ ପେଜ୍ ଖୋଲିବ, ଏଥିରେ ଆପଣ ଜେସସ କ୍ରାଇଷ୍ଟଙ୍କୁ ଭୟେସ ଅଥବା ଭିଡିଓ କଲ କରିବାକୁ ଅପସନ ପାଇବେ। ଭଗବାନଙ୍କ ଏଆଇ ଅବତାର ସହ କଥା ହେବା ପାଇଁ ଆପଣଙ୍କୁ ୨ ମିନିଟ୍ ମାଗଣା ମିଳିବ। ତେବେ ଧ୍ୟାନଦେବାର କଥା ହେଉଛି ଅଧିବେସନ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ କାର୍ଡ ବିବରଣୀ ଦେବାକୁ ପଡିବ।

ତେବେ ଇସା ମସିହ କେବଳ ଗୋଟିଏ ଏଆଇ ଅବତାର ନୁହେଁ ଯାହା ଏବେ ଅନଲାଇନରେ ଉପଲବ୍ଧ ହେଉଛି। ଏହି ପରି ଆସ୍ଥା ଆଧାରିତ କ୍ୟାରେକ୍ଟରଙ୍କ ସଂଖ୍ୟା ଏବେ ବୃଦ୍ଧି ହୋଇଛି, ଯେଉଁଥିରେ ହିନ୍ଦୁ ଓ ବୌଧ ଗୁରୁ ୟୁଜରଙ୍କୁ ଆଧ୍ୟାତ୍ମିକ ସାହାରା ଦେଉଛନ୍ତି। ସେହିପରି ‘ଚାଟ୍ ୱିଥ ଗଡସ୍’ ନାମକ ଆଉ ଏକ ୱେବସାଇଟ ଏକ ସରଳ ଚାଟିଂ ଇଣ୍ଟରଫେସ ଦେଉଛି। ଏଥିରେ ୟୁଜରଙ୍କୁ ନିଜର ଧର୍ମ ଓ ମୁଡ ହିସାବରେ ଚାଟବଟ୍ କୁ କଷ୍ଟମାଇଜ କରିବାର ବିକଳ୍ପ ମଧ୍ୟ ମିଳୁଛି।