ଭୁବନେଶ୍ବର ୧୦।୨: ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ମୋତେ ଜଣାନ୍ତୁ । ଏମିତି ଆହ୍ବାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସାଧାରଣ ନାଗରିକଙ୍କୁ VIP ଟ୍ରିଟମେଣ୍ଟ ଯୋଗାଇ ଦେବା ପାଇଁ ଆମେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଂସ୍କାର ମୂଳକ ଗାଇଡ଼ ଲାଇନ ଜାରି କରିଛୁ ।

ଏ ଖବର ବି ପଢ଼ନ୍ତୁ:- କେନ୍ଦ୍ର ଚାଉଳ ଉଠାଉନଥିବାରୁ ଧାନ ଉଠାରେ ବିଳମ୍ବ ହେଉଛି, ପ୍ରତିଶ୍ରୁତି ପରେ ଧାନ ଉଠାଣ ଜାରି ରହିବ

ସାଧାରଣ ନାଗରିକ ହେଉଛନ୍ତି VIP । ସେମାନେ ମାଲିକ । ଅଫିସକୁ ଆସିଲେ ଚୌକି ଦେବା ପିଇବାକୁ ପାଣି ଦେବା ଏସବୁ ସଂସ୍କାର ପାଇଁ ବିଭାଗ କହିଛି । ଦୁର୍ନୀତି ସମସ୍ୟା ଅଛି ଏହା ଅଭ୍ୟାସରେ ପରିଣତ ହୋଇଛି । ଏହାକୁ ବନ୍ଦ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ସଂସ୍କାର କରାଯିବ । ପୁରା ରାଜସ୍ବ ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ । ଭଲ କାମ କଲେ ଭଲ ଜାଗାରେ ପୋଷ୍ଟିଂ କରାଯିବ । ୩୦୦ OAS ଅଫିସରଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କଲୁ। ରାଜସ୍ବ ଅଧିକାରୀଙ୍କୁ ସସ୍ପେଣ୍ଡ କଲୁ । ବହୁ ଲୋକ ଗିରଫ ହୋଇ ଜେଲ୍ ଗଲେ । ଆଇନ ଅଛି । ପ୍ରତ୍ୟେକ ଦିନ କେଉଁ ସେବା ହେଲା ଆମ ଅଫିସକୁ ଡାଟା ଆସୁଛି । ମୋତେ ସିଧା ଫୋନ୍ କରି ଲୋକେ ଅଭିଯୋଗ କରୁଛନ୍ତି । କିଛି ସମୟ ବିଳମ୍ବ ହୋଇପାରେ କିନ୍ତୁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ । ସରକାର ପ୍ରସ୍ତୁତ ଅଛନ୍ତି ବିନା ଲାଞ୍ଚରେ ରାଜସ୍ବ ସେବା ଦେବାପାଇଁ । ଯିଏ ପଇସା ମାଗିବ ମତେ ଜଣାନ୍ତୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ବ୍ରହ୍ମପୁର ମେଡିକାଲରେ ବିକ୍ରମ ପଣ୍ଡା ଏବଂ ମଦନ ଦଳେଇ ଭର୍ତ୍ତି, ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଛନ୍ତି ଜେଲ୍‌ରେ