ଭୁବନେଶ୍ବର ୧୨।୪: ଭବିଷ୍ୟତ ଭାରତର ନେତୃତ୍ୱ ନେବେ ସୁଦକ୍ଷା ନାରୀ । ବିଧାନସଭା, ଲୋକସଭାକୁ ଯାଇ ଦେଶର ଭବିଷ୍ୟତ ନିର୍ମାଣ କରିବେ । ବିକସିତ ଭାରତର ଗ୍ରୋଥ୍ ଇଞ୍ଜିନରେ ଗୁରୁତ୍ୱ ଅବଦାନ ଦେବେ ନାରୀ । ବିଧାନସଭା, ଲୋକସଭାରେ ସିଟ୍ ବଢ଼ିଲେ ନାରୀଙ୍କ ଲିଡରସିପ୍ ବଢିବ । ସୋଆ କ୍ୟାମ୍ପସ୍ ଟୁ ରେ ଆୟୋଜିତ ହୋଇଥିବା ନାରୀ ଶକ୍ତି ବିକଶିତ ଭାରତ କି ଆୱାଜର ମକ୍ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

Also Read:- Gudari Ranger under Vigilance Net: ଭିଜିଲାନ୍ସ ଜାଲରେ ଗୁଡାରି ରେଞ୍ଜର, ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ

ଭବିଷ୍ୟତ ନିର୍ମାଣ ପାଇଁ ସବୁ ନାରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ । ପୂର୍ବରୁ ବଜେଟ୍ କ୍ୱେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ଯେଉଁ ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରୁ ୪୦ଜଣ ଛାତ୍ରୀ ବଜେଟ୍ ଅଧିବେଶନ ଉପରେ ଭାଷଣ ଦେଇଥିଲେ । ଆଣ୍ଡାମାନ ନିକୋବରର ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମୋଡରେ ସବୁ ଛାତ୍ରୀଙ୍କ ସହ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି ।