କଟକ ୨୧।୦୭ : ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା । ଆଗୁଆ ଆଉ ଚାରି ଜଣ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ୩ ଜଣ ବରିଷ୍ଠ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କରଙ୍କ ଆଗୁଆ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ପ୍ରକାଶନୀ ସଂସ୍ଥାର ଅନୁପମ ଘୋଷ ଓ ଅସୀମ କୁମାର ଘୋଷ ଆଗୁଆ ଜାମିନ ଆବେଦନ କରିଛନ୍ତି।

ପାଠ୍ୟପୁସ୍ତକ ତ୍ରୁଟି ମାମଲା । ବଢିଲା ଗିରଫଦାରୀ ଭୟ । ଗିରଫଦାରୀ ଭୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ୪ ଜଣ ବରିଷ୍ଠ ଅଧିକାରୀ । ଏହି ବହି ତ୍ରୁଟି ମାମଲାରେ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ତଦନ୍ତ କରି ପ୍ରଥମେ ମନୋଜ ପାଢୀଙ୍କୁ ଗିରଫ କରାଯାଇଥିଲା । ଏହାସହିତ ଅନେକ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ କିପରି ବହିରେ ତ୍ରୁଟି ହେଲା, ଏଥିପାଇଁ କିଏ ଦାୟୀ । ସେ ଦିଗକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଛି ।  

Watch Video:-