ମୁମ୍ଵାଇ ୦୫।୦୯; ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ କ୍ୟାରିୟର ଗଢ଼ିବାଠାରୁ ଆରମ୍ଭ କରି ଶୃଙ୍ଖଳା ଶିଖାଇବା ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଗୁରୁମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ 'ଶିକ୍ଷକ ଦିବସ' ପାଳନ କରାଯାଏ। ଏହି ବିଶେଷ ଅବସରରେ, ପରଦାରେ ଶିକ୍ଷକ ଭାବରେ ସ୍ମରଣୀୟ ଭୂମିକା ଗ୍ରହଣ କରିଥିବା ଅଭିନେତାମାନଙ୍କୁ ନେଇ ଉତ୍କୃଷ୍ଟ ଚଳଚ୍ଚିତ୍ରଗୁଡ଼ିକୁ ମନେ ପକାଇ ଦିଆଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଶିଳ୍ପରେ ଅନେକ ପ୍ରସିଦ୍ଧ ତାରକା ଅଛନ୍ତି । ଯେଉଁମାନେ କେବଳ 'ରିଲ୍ ଲାଇଫ୍'ରେ ନୁହେଁ, ବରଂ 'ରିଅଲ ଲାଇଫ'ରେ ମଧ୍ୟ ଶିକ୍ଷକ ଅଟନ୍ତି? ବଲିଉଡ଼ର ଏପରି କିଛି ପ୍ରସିଦ୍ଧ ତାରକା ଅଛନ୍ତି ଯେଉଁମାନେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ପ୍ରକୃତ ଜୀବନରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।

ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ଅକ୍ଷୟ କୁମାର ମାର୍ଶାଲ୍ ଆର୍ଟସ୍ ପାଠ ପଢ଼ାଉଥିବା ବେଳେ, କାଦର ଖାନ ଜଣେ କଲେଜ ପ୍ରଫେସର ଥିଲେ । ଏହି ସମୟରେ, କିଆରା ଆଡଭାନୀ ଏକ ସ୍କୁଲରେ ଛୋଟ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଶିକ୍ଷକ ଦିବସର ଏହି ବିଶେଷ ଅବସରରେ, ଆସନ୍ତୁ ଆମେ ଆପଣଙ୍କୁ ଲୋକପ୍ରିୟ ବଲିଉଡ୍ ଅଭିନେତାମାନଙ୍କ ସହିତ ପରିଚିତ କରାଇବୁ ଯେଉଁମାନେ ବାସ୍ତବ ଜୀବନରେ ଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି।

ଅଭିନୟ ପୂର୍ବରୁ ଏହି ତାରକାମାନେ ଥିଲେ ଶିକ୍ଷକ:

  • ଅକ୍ଷୟ କୁମାର (ମାର୍ଶାଲ୍ ଆର୍ଟସ୍ ଶିକ୍ଷକ):ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାର ଫିଲ୍ମରେ ଆସିବା ପୂର୍ବରୁ ମୁମ୍ବାଇରେ ପିଲାମାନଙ୍କୁ ମାର୍ଶାଲ୍ ଆର୍ଟ ଏବଂ ଆତ୍ମରକ୍ଷା ତାଲିମ ଦେଉଥିଲେ।
  • କାଦର ଖାନ (କଲେଜ ପ୍ରଫେସର):ନିଜର ଦମଦାର୍ କମେଡି ଏବଂ ସଂଳାପ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖୁଥିବା କାଦର ଖାନ ପ୍ରକୃତରେ ଜଣେ ଇଞ୍ଜିନିୟରିଂ କଲେଜର ସିଭିଲ୍ ଇଞ୍ଜିନିୟରିଂ ପ୍ରଫେସର ଥିଲେ।
  • ଚନ୍ଦ୍ରଚୂଡ଼ ସିଂହ (ସଙ୍ଗୀତ ଶିକ୍ଷକ):'ମାଚିସ୍' ଏବଂ 'ଯୋଶ' ଫିଲ୍ମର ଅଭିନେତା ଚନ୍ଦ୍ରଚୂଡ଼ ସିଂହ ଅଭିନୟ କରିବା ପୂର୍ବରୁ ବିଶ୍ୱପ୍ରସିଦ୍ଧ 'ଦ ଦୁନ୍ ସ୍କୁଲ'ରେ ସଙ୍ଗୀତ ଶିକ୍ଷକ ଥିଲେ।
  • କିଆରା ଆଡଭାନୀ (ସ୍କୁଲ୍ ଶିକ୍ଷୟିତ୍ରୀ):ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଏକ ନର୍ସରୀ ସ୍କୁଲରେ ଛୋଟ ପିଲାମାନଙ୍କୁ ପାଠ ପଢ଼ାଉଥିଲେ।

  • ଅନୁପମ ଖେର (ଅଭିନୟ ପ୍ରଶିକ୍ଷକ):ବରିଷ୍ଠ ଅଭିନେତା ଅନୁପମ ଖେର ନିଜର ସ୍ୱତନ୍ତ୍ର ଅଭିନୟ ବିଦ୍ୟାଳୟ ଚଳାଉଛନ୍ତି। ଯେଉଁଠାରେ ସେ ନୂତନ କଳାକାରମାନଙ୍କୁ ଅଭିନୟର କଳା ଶିକ୍ଷା ଦିଅନ୍ତି।
  • ବଲରାଜ ସାହାଣୀ (ଇଂରାଜୀ ଶିକ୍ଷକ):ଇଂରାଜୀରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ପ୍ରବୀଣ ଅଭିନେତା ବଲରାଜ ସାହାଣୀ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଥିଲେ।
  • ସାନ୍ୟା ମାଲହୋତ୍ରା (ନୃତ୍ୟ ଶିକ୍ଷକ):'ଦଙ୍ଗଲ' ଫିଲ୍ମ ଖ୍ୟାତ ସାନ୍ୟା ଅଭିନୟରେ କ୍ୟାରିୟର ଗଢ଼ିବା ପୂର୍ବରୁ ଦିଲ୍ଲୀର ଏକ ସ୍କୁଲରେ ବେଲି ଡ୍ୟାନ୍ସ ଓ ଅନ୍ୟାନ ଡ୍ୟାନ୍ସ ଶିଖାଉଥିଲେ।
  • ଟମ୍ ଅଲଟର (କ୍ରିକେଟ୍ ପ୍ରଶିକ୍ଷକ):ପ୍ରବୀଣ ଅଭିନେତା ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଟମ୍ ଅଲଟର ଫିଲ୍ମରେ ଅଭିନୟ କରିବା ପୂର୍ବରୁ ହରିୟାଣାର ସେଣ୍ଟ ଥମାସ ସ୍କୁଲରେ ପିଲାମାନଙ୍କୁ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିଲେ।