ପାଲଲହଡ଼ା, ୧୩।୧୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବାରକୋଟିଆ ଛକ ନିକଟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଖମାର ପୋଲିସ ତରଫରୁ ସୂଚନା ଦିଆଯାଇଛି। ଦୁର୍ଘଟଣାରେ ଏକ ଟାଟା ଏସି ଗାଡ଼ିର ହେଲପର୍ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

ମୃତକ ହେଲେ କୁଞ୍ଜାମ ଗ୍ରାମର ସୌଭାଗ୍ୟ ସାହୁ । ଅନ୍ୟପକ୍ଷରେ ଡ୍ରାଇଭର ଗୁରୁତର ହୋଇ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଡ୍ରାଇଭର ଗଣେଶ୍ୱର ସାହୁ ବୋଲି ଜଣାପଡିଛି ।

Also Read :- ଆସୁଛି ବାତ୍ୟା ! ଆଜି ଲଘୁଚାପର ରୂପ ନେବ, ଏହି ଜାଗାରେ କରିପାରେ ଲ୍ୟାଣ୍ଡଫଲ୍

ପୋଲିସର କହିବା ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରରେ ରାଉରକେଲାରୁ ଖମାର ଅଭିମୁଖେ ଆସୁଥିବା ଏକ ଟାଟା ଏସି ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଟାଟା ଏସିରେ ଥିବା ହେଲପର ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ପାଲଲହଡା ଦମକଳ ବାହିନୀ ପହଁଚି ଗ୍ୟାସ କଟର୍ ମାଧ୍ୟମରେ ଗାଡିକୁ କାଟି ମୃତ ହେଲପରଙ୍କୁ ବାହାର କରିଥିଲା ।