ଚୌଦ୍ବାର ୧୭।୫: ଗତ ଶୁକ୍ରବାର ଟାଙ୍ଗୀ ଚୌଦ୍ୱାର ବ୍ଲକରେ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ ଓ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅରିନ୍ଦମ୍ ରାୟ ବ୍ଲକ୍ ଭିତରେ କାର୍ଯ୍ୟରତ ଥିବା ବ୍ଲକ୍ ଏବିଡ଼ିଓ ଓ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଥିଲା l ଏହି ଘଟଣାକୁ ନେଇ ବ୍ଲକ୍ ଚେୟାରମ୍ୟାନ ମିନାକ୍ଷୀ ଦାସ ଥାନାରେ ଅଭିଯୋଗ କରିଛନ୍ତି ।

ଦୁଇ ବିଜେପି ନେତା ଓ ତାଙ୍କ କିଛି କର୍ମୀଙ୍କ ବିରୁଦ୍ଧରେ ଟାଙ୍ଗୀ ଥାନାରେ ଏତଲା ଦେଇଛନ୍ତି । ଏଥି ସହିତ ବିଜେଡି ବ୍ଲକ ସଭାପତି ଧୀରେନ୍ଦ୍ର ଜେଠୀଙ୍କ ପକ୍ଷରୁ ଅନ୍ୟ ଏକ ଅଭିଯୋଗ ଟାଙ୍ଗୀ ଥାନାରେ ଦିଆଯାଇଛି । ବ୍ଲକ  ସଭାପତି ଲିଖିତ ଭାବେ ଜଣାଇଛନ୍ତି ଯେ, ଯଦି ୨ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ସୋମବାର ଦିନ ବ୍ଲକ ସମ୍ମୁଖରେ ବ୍ଲକର ସବୁ ପଞ୍ଚାୟତର ଲୋକ ମାନଙ୍କ ସହିତ ପ୍ରତିବାଦ କରାଯିବ ।

Also Read:- ମୃତ ନାବାଳକଙ୍କ ଘରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଯାଞ୍ଚ, ଘଟଣା ପୂର୍ବଦିନ ପରିବାର ଲୋକ ଖାଇଥିଲେ ପୋଇ ତରକାରୀ

ଅନ୍ୟପଟେ ଆଠଗଡ଼ ବିଜେପି ନେତା ଅଭୟ ବାରିକ କହିଛନ୍ତି ବିଜେଡି ଦଳରେ ରହି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚନ ମଣ୍ଡଳୀରେ ଅନେକ ଘୋଟାଲା କରିଛନ୍ତି । ଯାହାକୁ ନେଇ ଆମେ ଲୋକଙ୍କ ପାଇଁ ସ୍ୱର ଉଠାଇବୁ । ଏଥିରେ ଆମକୁ ଯିଏ ଯେତେ ଥାନାରେ ଅଭିଯୋଗ କଲେ ମଧ୍ୟ ଆମର ଡରିବାର ନାହିଁ ।