ନୂଆଦିଲ୍ଲୀ: କଥିତ ପେପର ଲିକ୍ କୁ ନେଇ ଦିଲ୍ଲୀ ଜନ୍ତରମନ୍ତରରେ ଜାରି ବିରୋଧ ପ୍ରଦର୍ଶନ ମଧ୍ୟରେ ଦେଶ ତଥା ବିଦେଶର ଅଜ୍ଞାତ ସମର୍ଥକ ଅନଲାଇନ ଡେଲିଭରୀ ପ୍ଲାଟଫର୍ମ ମାଧ୍ୟମରେ ପ୍ରଦର୍ଶନକାରୀଙ୍କ ଲାଗି ଭୋଜନ ଓ ପେୟ ପଦାର୍ଥ ପଠାଉଛନ୍ତି। ଏହି ସୂଚନା ଦେଇଛନ୍ତି ଡେଲିଭରୀ ପାର୍ଟନରମାନେ। ଡେଲିଭରୀ ପାର୍ଟନରମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନଙ୍କୁ ଏପରି ଅର୍ଡର ମିଳୁଛି ଯେଉଁଥିରେ ସାମଗ୍ରୀକୁ କୌଣସି ବିଶେଷ ପ୍ରାପ୍ତ କର୍ତ୍ତାଙ୍କୁ ଡେଲିଭରୀ କରିବା ବଦଳେ ଘଟଣାସ୍ଥଳରେ ଉପସ୍ଥିତ ଛାତ୍ର ଓ ପ୍ରଦର୍ଶନକାରୀଙ୍କୁ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଉଛି।
ସ୍ୱିଗି ଡେଲିଭରୀ ପାର୍ଟନର ପ୍ରଦୀପ କୁମାର ସିଂହ କହିଛନ୍ତି ଯେ ଗତ କିଛିଦିନ ହେଲା ଏଭଳି ଡେଲିଭରୀ ଏକ ସାଧାରଣ କଥାରେ ପରିଣତ ହୋଇଛି। ଅର୍ଡର ଆସୁଛି ଓ ବ୍ୟକ୍ତି କହୁଛନ୍ତି ଭାଇ ଏହାକୁ ଏଇଠାରେ ବାଣ୍ଟି ଦିଅ, ଯାହାର ଦରକାର ସେ ଦୟାକରି ନିଅନ୍ତୁ। ମୋତେ ଏହି କ୍ରମରେ ସମୋସା ଅର୍ଡର ମିଳିଥିଲା। ମୋତେ କେବଳ ଅର୍ଡର ଆଣି ଏଠାରେ ବାଣ୍ଟିବାକୁ କୁହାଯାଇଥିଲା। ଏପରି ଅର୍ଡର ନେବାକୁ କେହି ଆସୁ ନାହାନ୍ତି ଆମେ ବିକ୍ଷୋଭକାରୀଙ୍କ ମଧ୍ୟରେ ବାଣ୍ଟୁଛୁ ବୋଲି ସିଂହ କହିଛନ୍ତି।
ଡେଲିଭରୀ ପାର୍ଟନରଙ୍କ ଅନୁସାରେ ଏଥି ପାଇଁ ପ୍ରାୟ ଅର୍ଡର ତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଛି ଅନେକ ଅର୍ଡର ବିଦେଶରୁ ମଧ୍ୟ ଆସୁଛି। ଏଥିରେ ଜଣେ ଡେଲିଭରୀ ପାର୍ଟନର ମହେନ୍ଦ୍ର କୁମାର କହିଛନ୍ତି ଯେ ବିଦେଶରେ ରହୁଥିବା ଗ୍ରାହକ ପଠାଇଥିବା ଚା ମୁଁ ସେଠାରେ ଡେଲିଭରୀ ଦେଇଛି। ମୁଁ ଏ ଅର୍ଡର ନେଇ ଆସିଥିଲି ଏହା ଭାରତ ବାହାରୁ ଦିଆଯାଇଥିଲା, ସେ କହିଥିଲେ ଜନ୍ତରମନ୍ତର ଯାଅ ଓ ଏହାକୁ ସେଠାରେ ବିକ୍ଷୋଭ କରୁଥିବା ଭାଇଙ୍କ ମଧ୍ୟରେ ବାଣ୍ଟି ଦିଅ।
ସେହିପରି ଜୋମାଟୋ ଓ ଜେପ୍ଟୋ ମାଧ୍ୟମରେ ଅର୍ଡର ପହଞ୍ଚାଉଥିବା ଅନ୍ୟ ଜଣେ ଡେଲିଭରୀ ଏଗଜ୍ୟୁକୁଟିଭ ଏହି ପଦକ୍ଷେପକୁ ସେ ‘ଛାତ୍ର ସେବା’ ନାଁ ଦେଇଛନ୍ତି। ଅଜ୍ଞାତ ପ୍ରେରଣକାରୀ ଏ ଗୁଡିକୁ ବିକ୍ଷୋଭକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କହୁଛନ୍ତି। ମୁଁ ଜାଣିନି ଏହାକୁ କିଏ ମଗାଇଛନ୍ତି ମୋତେ କେବଳ କୁହାଯାଇଛି ବିକ୍ଷୋଭସ୍ଥଳକୁ ପହଞ୍ଚାଇ ଦିଅ। ଏହା ହିଁ ଛାତ୍ର ସେବା ଓ ଏହା କେବଳ ଛାତ୍ରଙ୍କ ଲାଗି ବୋଲି ସେ କହିଛନ୍ତି।
ଏଥି ମଧ୍ୟରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନକୁ ନେଇ ୧୦ଟି ଏତଲା ରୁଜୁ କରିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ବିକ୍ଷୋଭପ୍ରଦର୍ଶନ ଓ ଆଇନଶୃଙ୍ଖଳା ସମ୍ପର୍କିତ ଚିନ୍ତା କାରଣରୁ ନୂଆଦିଲ୍ଲୀ ଜିଲ୍ଲାର ବିଭିନ୍ନ ପୋଲିସ ଥାନାରେ ମାମଲା ରୁଜୁ କରାଯାଇଛି। ଅଧିକାରୀଙ୍କ ଅନୁସାରେ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ୪ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ମନ୍ଦିରମାର୍ଗ, ବାରଖମ୍ବା ରୋଡ ଓ କର୍ତ୍ତବ୍ୟପଥ ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଏତଲା ରୁଜୁ ହୋଇଛି।
