ସୋର ୧୫।୩: ରାତିରେ ସବୁକିଛି ଠିକ୍‌ଠାକ୍‌ ଥିଲା । ଖାଇ ପିଇ ଏକାଠି ଶୋଇଲେ ସ୍ବାମୀ-ସ୍ତ୍ରୀ । ହେଲେ ସକାଳୁ ପଡ଼ୋଶୀ ଯାହା ଦେଖିଲେ କେହି ବିଶ୍ବାସ କରିପାରିଲେନି । ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପଡ଼ୋଶୀ କବାଟ ଭାଙ୍ଗିଦେଇଥିଲେ । ଆଉ ଦୃଶ୍ୟ ଥିଲା କିଛି ଏମିତି । ପାଖାପାଖି ଶୋଇଥିଲେ ସ୍ବାମୀ-ସ୍ତ୍ରୀ । ପଡ଼ୋଶୀ ଲୋକ ଡାକି ଉଠାଇବାକୁ ଚେଷ୍ଟା କଲେ । ହେଲେ କେହି ବି ଶୁଣିନଥିଲେ । ପାଖକୁ ଆସି ଦେଖିବା ପରେ ଜଣାପଡିଲା ସେମାନେ ଆଉ ଏ ଦୁନିଆରେ ନାହାନ୍ତି । ଏହାପରେ ପୋଲିସ ଜଣାଇଥିଲେ ପଡ଼ୋଶୀ ।

ଏ ଖବର ବି ପଢ଼ନ୍ତୁ:- ଅଭାବନୀୟ ଘଟଣା, ନିଆଁ ଲାଗି ଜିଅନ୍ତା ଜଳିଗଲେ ବାପା-ପୁଅ

ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ମହାରୁଦ୍ରପୁର ଗ୍ରାମର ଦମ୍ପତି ପରେଶ ମାଝୀ ଏବଂ ରଶ୍ମି ପରିଡା । ପରେଶ ପେଶାରେ ଥିଲେ ଧିବର । ମାଛ ଧରି ପରିବାର ପ୍ରତିପୋଷଣ କରୁଥିଲେ l ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । ସବୁଦିନ ଭଳି ଶନିବାର ମଧ୍ୟ ପରେଶ ନିଜ କାମ ସାରି ସନ୍ଧ୍ୟାରେ ଘରକୁ ଫେରିଥିଲେ । ଉଭୟ ସ୍ଵାମୀ-ସ୍ତ୍ରୀ ମିଶିକି ଖାଇଥିଲେ । ଖାଇ ସାରି ଉଭୟ ଶୋଇବା ପାଇଁ ଯାଇଥିଲେ । କିନ୍ତୁ ରବିବାର ସକାଳେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଦୃଶ୍ୟ । ଡ଼େରି ଯାଏଁ ଘର କବାଟ ନଖୋଲିବାରୁ ପଡ଼ୋଶୀ ମାନେ ଚିନ୍ତାରେ ପଡ଼ିଯାଇଥିଲେ । ସେମାନେ କ’ଣ କରିବେ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ । ଶେଷରେ କିଛି ଉପାୟ ନପାଇ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କବାଟ ଭାଙ୍ଗିଲା ବେଳକୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମୃତଦେହ ଦେଖି ପଡ଼ୋଶୀ ମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢ଼ନ୍ତୁ:- 'ମୁଁ ଶୁଣୁଛି ସେ ଜୀବିତ ନାହାନ୍ତି...': ସର୍ବୋଚ୍ଚ ନେତା ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସନ୍ଦେହ ପ୍ରକାଶ କଲେ ଟ୍ରମ୍ପ

ତେବେ ଉଭୟଙ୍କ ମୃତ୍ୟୁ ପଛରେ କ’ଣ ରହସ୍ୟ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।