ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୨୦୦୬ ନିଠାରି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା। ହରିଦ୍ୱାରର ଏକ ମନ୍ଦିର ସାମ୍ନା ଦୋକାନରୁ ସୁରେନ୍ଦ୍ର କୋଲିର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୁରେନ୍ଦ୍ର ହରିଦ୍ୱାରର ଭୂପତୱାଲା ଅଞ୍ଚଳସ୍ଥିତ ଲାଲମାତା ମନ୍ଦିର ସମ୍ମୁଖରେ ଏକ ଚା’ ଦୋକାନ ଚଳାଉଥିଲେ । ଆଜି ସକାଳେ ଦୋକାନ ଭିତରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ସୁରେନ୍ଦ୍ର କୋଲି ୨୦୨୫ ମସିହା ଡିସେମ୍ବର ମାସରେ ଜେଲରୁ ମୁକ୍ତ ହୋଇଥିଲେ।

Manipur violence : ଅଶାନ୍ତ ମଣିପୁର : ୭ ଦିନ ହେଲା ସ୍କୁଲ-ବଜାର ବନ୍ଦ, ୪ ଦିନରେ ୬ କୁକିଙ୍କୁ ହତ୍ୟା

୨୦୦୬ ମସିହା ଡିସେମ୍ବର ୨୯ରେ ନୋଏଡାର ନିଠାରି ଅଞ୍ଚଳରେ ଥିବା ମୋନିନ୍ଦର ସିଂହ ପାନ୍ଧେରଙ୍କ ଘର ପଛପଟେ ଥିବା ଏକ ନାଳରୁ ୧୩ ଜଣ ଶିଶୁଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସହ ଜଡ଼ିତ ମୋନିନ୍ଦର ସିଂହ ପାନ୍ଧେର ଏବଂ ତାଙ୍କ ଚାକର ସୁରେନ୍ଦ୍ର କୋଲିଙ୍କ ବିରୋଧରେ ମୋଟ ୧୯ଟି ମାମଲା ରୁଜୁ କରାଯାଇଥିଲା। ଏଥିମଧ୍ୟରୁ ଦୁଇଟି ମାମଲାରେ ପାନ୍ଧେର ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ, ନିମ୍ନ ଅଦାଲତ ସୁରେନ୍ଦ୍ର କୋଲିଙ୍କୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ୨୦୨୩ ମସିହା ଅକ୍ଟୋବର ୧୬ରେ ଆହ୍ଲାବାଦ ହାଇକୋର୍ଟ ସୁରେନ୍ଦ୍ର କୋଲିଙ୍କୁ ୧୨ଟି ମାମଲାରୁ ଦୋଷମୁକ୍ତ କରିଥିଲେ। ଏଥିସହିତ, ମୋନିନ୍ଦର ସିଂହ ପାନ୍ଧେରଙ୍କ ବିରୋଧରେ ବିଚାରାଧୀନ ଥିବା ଉଭୟ ମାମଲାରୁ ମଧ୍ୟ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା।

ପରବର୍ତ୍ତୀ ସମୟରେ, ୨୦୨୫ ସୁପ୍ରିମକୋର୍ଟ ହାଇକୋର୍ଟ ଫୈସଲା କାଏମ ରଖିଥିଲେ । କୋଲି ଓ ପାନ୍ଧେରଙ୍କୁ ଦୋଷମୁକ୍ତ କରିବା ସମ୍ବନ୍ଧୀୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ପ୍ରାୟ ୧୯ ବର୍ଷ ଜେଲ୍ ରେ ରହିବା ପରେ ମୁକୁଳିଥିଲେ ସୁରେନ୍ଦ୍ର । ଏବେ ତାଙ୍କର ମୃତ୍ୟୁ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।