କଟକ ୧୯।୧୦ : ଛାତ୍ର ସୁମନ୍ତ ସାହୁ ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମଧ୍ୟ ନାବାଳକ ହୋଇଥିବାରୁ ତାଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି ।

ତେବେ କଟକ ଡିସିପିଙ୍କ ସୂଚନା ଅନୁସାରେ, ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି । ରବିବାର ସକାଳ ୭ଟାରୁ ୯ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରେମ ଜନିତ କାରଣରୁ ଅଭିଯୁକ୍ତଙ୍କର ସମୁନ୍ତ ସହ ପୂର୍ବରୁ  ଶତ୍ରୁତା ଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତ ସଂପର୍କରେ ସୁରାକ ପୋଲିସକୁ ମିଳିଥିଲା ।  

Also Read:-ବିଜେଡିକୁ ଘେରିଲେ ମନ୍ତ୍ରୀ, କହିଲେ- ୮ ବର୍ଷ ଧରି କାହିଁକି ବନ୍ଦ ରଖିଥିଲ ଛାତ୍ର ସଂସଦ ନିର୍ବାଚନ

ତେବେ ସିସିଟିଭିରୁ ଜଣାପଡିଛି ଯେ, ଗୋଟିଏ ଗାଡିରେ ୩ ନାବାଳକ ଆସିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଵଚସା ପରେ ଅନ୍ୟ ଦୁଇ ନାଵାଳକ ସୁମନ୍ତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ । ହତ୍ୟାରେ ସମ୍ପୃକ୍ତ ଥିବା ଦୁଇ ନାବାଳକ କଲେଜ ଛାତ୍ର ବୋଲି ପୋଲିସ ସ୍ପଷ୍ଟ କରିଛି । ମୃତ ନାବାଳକର ଘର ବାଙ୍କୀ ବ୍ଲକରେ ହୋଇଥିବାବେଳେ ତାଙ୍କ ପରିବାର କଟକ ରାଜା ବଗିଚା ଅଞ୍ଚଳରେ ଭଡାରେ ରହୁଥିଲେ।