ଭୁବନେଶ୍ବର ୩।୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ନାଁ ଘୋଷଣା କରିଛି । ରାଜ୍ୟସଭା ସାଂସଦ ପ୍ରାର୍ଥୀ ନେଇ ବିଜେପି ପକ୍ଷରୁ ସୁଜିତ୍ କୁମାରଙ୍କ ନାଁରେ ମୋହର ବାଜିବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁଜିତ୍ କୁମାର । ସେ କହିଛନ୍ତି, କଳାହାଣ୍ଡିର ବିକାଶ ନେଇ କାମ କରିବି । ବିଶେଷ କରି କଳାହାଣ୍ଡି ଅଞ୍ଚଳରେ ଟେଲି ଯୋଗଯୋଗ, ରେଳବାଇ ବିକାଶ, ଗମନାଗମନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ସହ ଏମଏସଏମଇ ଶିଳ୍ପ ବିକାଶ ନେଇ କାମ କରିବି । ଏହାସହ ଯୁବବର୍ଗଙ୍କ ବିକାଶ ସମ୍ପର୍କୀତ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବି । ଦଳ ମୋତେ ପ୍ରାର୍ଥୀ କରିଥିବାରୁ ଦଳ ଓ କେନ୍ଦ୍ର ନେତୃତ୍ବଙ୍କୁ ଧନ୍ୟବାଦ । ନୂଆପଡାରେ ବହୁତ ପରିଶ୍ରମ କରିଥିଲି ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମନମୋହନ ଏବଂ ସୁଜିତ୍ କୁମାରଙ୍କ ନାଁରେ ମୋହର

ରାଜ୍ୟସଭା ପ୍ରାର୍ଥୀ ଏକ ପୁରସ୍କାର ଭାବେ ନୁହେଁ ଏହାକୁ ଏକ ଦାୟିତ୍ଵ ଭାବି କାମ କରିବି । କେବିକେ ଅଞ୍ଚଳର ମୌଳିକ ଭିତ୍ତିଭୂମି ସହ ଆଦିବାସୀଙ୍କ ବିକାଶ ନେଇ କାମ କରିବି । ଦଳର ସବୁ ନେତୃବୃନ୍ଦଙ୍କୁ କୋଟି କୋଟି ଧନ୍ୟବାଦ ଓ କୃତଜ୍ଞତା । ସଙ୍ଗଠନ ସହ ଦଳ ଯେଉଁ ଦାୟିତ୍ଵ ଦେବ କାମ କରିବି । ଦଳକୁ ପଶ୍ଚିମ ଓଡ଼ିଶା ସହ ସଶକ୍ତ ଓ ସୁଦୃଢ଼ କରିବା ନେଇ ପ୍ରଚେଷ୍ଟା କରିବି ବୋଲି ସୁଜିତ୍ କୁମାର କହିଛନ୍ତି ।​​​​​​​