ଭୁବନେଶ୍ବର: ମେଡିକାଲ ଏବଂ ଇଞ୍ଜିନିୟରିଂ ପଢ଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ନୂଆ ଓ ନିଆରା ସୁଯୋଗ। ଭରସା ବଢ଼ାଇଛି ରାଜଧାନୀର ଖଣ୍ଡଗିରି ଛକ ସ୍ଥିତ ‘Motion Education’ ସେଣ୍ଟର। ନିଟ୍ ଏବଂ ଜେଇଇ ପ୍ରବେଶିକା ଲାଗି କୋଚିଂ ଯୋଗାଇ ନାମ କମାଇଥିବା ‘Motion Education’ ଏବେ ଆହୁରି ସ୍ମାର୍ଟ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକାରେ ଅଧିକ ସଫଳ କରିବାର ଢାଞ୍ଚା ପ୍ରସ୍ତୁତ କରିଛି। ଖାସ୍ ସେଥିଲାଗି ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ନିଟ୍ ଏବଂ ଜେଇଇ ଆଶାୟୀଙ୍କ ପାଇଁ କୋଚିଂ ପ୍ରୋଗ୍ରାମ ଆରମ୍ଭ କରିଛି ‘Motion Education’ ।

ସିବିଏସଇ ହେଉ ଅବା ଆଇସିଏସଇ କିମ୍ବା ସିଏଚଏସଇ, ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ନୂଆ ଢଙ୍ଗରେ ଡିଜିଟାଲ ପଦ୍ଧତି ଓ ପରିବେଶର ବ୍ୟବସ୍ଥା କରି ସିବିଏସଇ ମୋଡରେ ଶିକ୍ଷାଦାନ କରାଯାଉଛି। ଏଥିରେ ଭାରତବର୍ଷର ବଛା ବଛା ଅଧ୍ୟାପକ ଓ ଅଧ୍ୟାପିକାମାନେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଯେଉଁଥିରେକି ଡିଜିଟାଲ ଜ୍ଞାନ ସହ ବିଜ୍ଞାନ ଆଧାରିତ ପଦ୍ଧତିର ଉପଯୋଗ କରାଯାଇଛି ପିଲାମାନଙ୍କୁ ପ୍ରତିଯୋଗିତା ପାଇଁ ସକାରାତ୍ମକ ଢଙ୍ଗରେ ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ ଯେ, କୋଚିଂ ଏବଂ ଶିକ୍ଷା ପାଇଁ ପ୍ରସିଦ୍ଧ ରାଜସ୍ଥାନର କୋଟା ସହରରେ ନିତିନ ବିଜୟ ସାରଙ୍କ ଦ୍ବାରା ଆରମ୍ଭ ହୋଇଥିବା Motion Education ସାରା ଦେଶରେ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଲବ ଆଣିପାରିଛି। ନିତିନ ସାରଙ୍କ ଅଭିଯାନରେ ଅଂଶ ଭାବେ ଭୁବନେଶ୍ବରରେ ପ୍ରତିଷ୍ଠିତ Motion Education ଶାଖା ଓଡ଼ିଆ ପିଲାମାନଙ୍କୁ କେବଳ ସହାୟତା ଦେଉନାହିଁ, ଆତ୍ମବିଶ୍ବାସ ବୃଦ୍ଧି ସହ ପ୍ରତିଯୋଗିତାରେ ଉତୀର୍ଣ୍ଣ ହେବାକୁ ଉତ୍ସାହିତ କରିଆସିଛି। ସେଥିଲାଗି ପ୍ରେରଣା ହୋଇଛି ‘‘Motion ହୈ ତୋ ଭରୋସା ହୈ’।

Motion Education ଏକ ରାଙ୍କ ମେସିନ ନୁହେଁ କିନ୍ତୁ ସଫଳତାର ସଂଖ୍ୟାରେ ଆଗରେ। ସାରା ଭାରତ ବର୍ଷରେ ମେଡିକାଲ ଏବଂ ଇଞ୍ଜିନିୟରିଂ, ନିଟ୍- ଜେଇଇରେ ସଫଳତା ସଂଖ୍ୟା ବୃଦ୍ଧି କରିଚାଲିଛି। ଦୀର୍ଘ ୧୮ ବର୍ଷ ହେବ ଶ୍ରେଷ୍ଠତମ ସଫଳତାର ସ୍ଥାନ ହାସଲ କରିଥିବା Motion Education ପ୍ରତି ବିଶ୍ବାସ ବଢ଼ିଛି। ଆଉ ଏବେ ଏହି ଧାରା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ବିଶ୍ବାସ ଓ ଭରସା ସୃଷ୍ଟି କରିଛି।

ଗତବର୍ଷ ଅର୍ଥାତ ୨୦୨୫ରେ Motion Educationର ମୋଟ ୭୬୪୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯୭୨ ଜଣ NEETରେ ସଫଳତା ହାସଲ କରି AIIMS ଏବଂ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ସେହିପରି ଜେଇଇ ଆଡଭାନ୍ସରେ ୬୩୩୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୨୩୧ ଛାତ୍ରଛାତ୍ରୀ ଆଇଆଇଟିରେ ସ୍ଥାନ ପାଇବା ବି Motion Educationର ଆଉ ଏକ ସଫଳତା। ଏହି ସଫଳତା ହାର ୫୧.୨% ଅଟେ।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ Motion Educationର ୧୦,୦୯,୬୬୪ ଛାତ୍ରଛାତ୍ରୀ ନିଟ୍ ପ୍ରବେଶିକାରେ ସଫଳତା ହାସଲ କରିଛନ୍ତି। ଯାହା ଏକ ବଡ଼ ରେକର୍ଡ।

​​​​​​​