ସୋନପୁର: କୃଷି ସେବା ସମବାୟ ସମିତି ନିଯୁକ୍ତିରେ ଜାଲିଆତି ଘଟଣାରେ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଡିଆରସିଏସ ସଞ୍ଜୟ ତ୍ରିପାଠୀ। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏହି ଆକ୍ସନ ନିଆଯାଇଛି। ସଞ୍ଜୟ ତ୍ରିପାଠୀ ନିଲମ୍ବିତ ହେବାପରେ, ତାଙ୍କ ସ୍ଥାନରେ ଏଆରସିଏସ୍ ଭବାନୀ ଶଙ୍କର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡ଼ୋଗୁଛା ପ୍ୟାକ୍ସରେ ଗତ କିଛିଦିନ ତଳେ ନିଯୁକ୍ତି ଜାଲିଆତି କଥା ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲ୍ଲାପାଳ ମରାଡୋଗୁଛା ପ୍ୟାକ୍ସରେ ପହଁଞ୍ଚି ତଦନ୍ତ କରିଥିଲେ। ତେବେ ତଦନ୍ତରୁ ଜାଲିଆତି ହୋଇଥିବା ଜାଣିବାକୁ ପାଇବା ପରେ ସେ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଯାହା ପରେ ସରକାରଙ୍କ ସମବାୟ ବିଭାଗ ସୁବର୍ଣ୍ଣପୁର ଡିଆରସିଏସ ସଞ୍ଜୟ ତ୍ରିପାଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ସଞ୍ଜୟ ତ୍ରିପାଠୀଙ୍କ 

କ’ଣ ଥିଲା ଅଭିଯୋଗ ?

କିଛିଦିନ ପୂର୍ବରୁ ମରାଡୋଗୁଛା ପ୍ୟାକ୍ସର ତିନିଜଣ କର୍ମଚାରୀ ସମ୍ପାଦକ, ରାତ୍ର ଜଗୁଆଳି ଓ ପିଅନ ଗୋଟିଏ ଦିନରେ ଭିଆରଏସ ନେଇଥିଲେ। ପରେ ଡିଆରସିଏସ ସଞ୍ଜୟ ତ୍ରିପାଠୀ ମରାଡୋଗୁଛା ପ୍ୟାକ୍ସର ତିନିଜଣ ଭିଆରଏସ ନେବାପରେ ସମ୍ପାଦକଙ୍କ ପୁଅକୁ ସମ୍ପାଦକ, ଜୋଇଁଙ୍କୁ ସହ ସମ୍ପାଦକ, ରାତ୍ର ଜଗୁଆଳିଙ୍କ ପୁଅକୁ ରାତ୍ର ଜଗୁଆଳି ଏବଂ ପିଅନର ପୁଅକୁ ପିଅନ ଭାବରେ ନିଯୁକ୍ତି ଦେଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ ।