ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅଧୀନ ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ମଧ୍ୟାହ୍ନ ଭୋଜନରେ ପରଷାଯାଇଥିବା ତରକାରୀରୁ ମଲା ଓ ସିଝା ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମଙ୍ଗଳବାର ୧୩୦ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ତରକାରୀରେ ଝିଟିପିଟି ଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡବିନ୍ଧା ଓ ବାନ୍ତି ହେବାରୁ ତୁରନ୍ତ ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ପରେ ଅନ୍ୟ କିଛି ଛାତ୍ରଛାତ୍ରୀ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ବର୍ତ୍ତମାନ ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Also Read: ସ୍କୁଲକୁ ଯିବା ବେଳେ ଛାତ୍ରଙ୍କୁ ତୀର ମାଡ଼, ଖାଇବା ଥାଳି ପାଇଁ ବର୍ତ୍ତିଗଲେ ଛାତ୍ର