ଖଲ୍ଲିକୋଟ ୧୫।୦୨ : ମର୍ଣ୍ଣି ଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ଏହାପରେ ତୁରନ୍ତ ତାଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଛାତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗଞ୍ଜାମ ଜିଲ୍ଲା ବାଗଲପୁର ଗାଁରେ ଘଟିଛି ଏହି ଅଘଟଣ ।

ଏ ଖବର ବି ପଢନ୍ତୁ:- ଦୁଇଟି କାରର ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ବିଲରେ ପଡି଼ଛି ଗାଡ଼ି

ଖବର ଅନୁଯାୟୀ, ବାଗଲପୁର ଗାଁର ମିହିର ପ୍ରଧାନ । ସେ ଏକ ଘରୋଇ ସ୍କୁଲର ହଷ୍ଟେଲରେ ତିନି ବର୍ଷ ଧରି ପାଠ ପଢୁଥିଲେ । ରବିବାର ସକାଳୁ ଛାତ୍ର ଜଣଙ୍କ ପ୍ରାତଃ ଭ୍ରମଣରେ ଯାଇଥିଲେ । କିଛି ବାଟ ଯିବା ପରେ ହଠାତ୍‌ ସେ ରାସ୍ତାରେ ଟଳିପଡିଥିଲେ । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିକ୍ଷକ ତୁରନ୍ତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ମୃତ୍ୟୁ ସଂପର୍କରେ ଖବର ପାଇ ଛାତ୍ରଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ । ଆଉ ମେଡିକାଲରେ ପୁରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ।

ଏ ଖବର ବି ପଢନ୍ତୁ:- ​​​​​​​ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାଣି ଭଳି ଟଙ୍କା ଖର୍ଚ୍ଚ : ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଲାଗିବ ୪୦ ଲକ୍ଷ