ମୁମ୍ବାଇ,୨୩ /୦୩: ବଜାର କ୍ରାଶ୍ । ଭୁଶୁଡି ପଡିଲା ସେୟାର ମାର୍କେଟ୍ । ସୋମବାର କାରବାର ଆରମ୍ଭରୁ ସେନସେକ୍ସ ଏବଂ ନିଫ୍ଟିକୁ ଲାଗିଛି ବଡ ଝଟକା । ମଧ୍ୟପ୍ରାଚ୍ୟର ଯୁଦ୍ଧ କାରଣରୁ ଏହାର ପ୍ରଭାବ ଭାରତ ସମେତ ଏସିଆର ବିଭିନ୍ନ ସେୟାର ମାର୍କେଟ୍ ଉପରେ ପଡିଛି ।

ସୋମବାର ନିଫ୍ଟି-୫୦ଏବଂ ସେନସେକ୍ସ-୩୦ନାଲି ସଙ୍କେତରେ ଖୋଲିଥିଲା । ସକାଳ ଟା ୧୭ସୁଦ୍ଧା ସେନସେକ୍ସ ୭୩,୦୮୦.୩୫ ପଏଣ୍ଟକୁ ଖସି ଆସିଥିଲା । ପରେ ଏହା ଆହୁରି ହ୍ରାସ ପାଇଛି । ସେହିପରି ନିଫ୍ଟି ୪୧୨.୪୦ ଅଙ୍କ ଖସି ୨୨,୭୦୨କୁ ଖସି ଆସିଥିବା ଦେଖିବାକୁ ମିଳିଥିଲା । ଯାହା ପରେ ନିଫ୍ଟି ପୁଣି ଖସିବା ଆରମ୍ଭ କରିଥିଲା ।

ଶୁକ୍ରବାର ଅପେକ୍ଷା ସୋମବାର ସେନସେକ୍ସ ୧୬୦୦ଅଙ୍କ କମି ଖୋଲିଛି । ନିଫ୍ଟି ମଧ୍ୟ ୪୫୦ଅଙ୍କ ଖସିଯାଇଛି । ଶୁକ୍ରବାର ବଜାର ୭୪,୫୩୨.୯୬ ଅଙ୍କରେ ବନ୍ଦ ହୋଇଥିଲା । ଯାହା ସୋମବାର ୭୩,୭୩୨ ଅଙ୍କରେ ଖୋଲିଥିଲା । କିଛି ମିନିଟରେ ଏହା ୭୨,୯୭୭କୁ ଚାଲି ଆସିଥିଲା । ଫଳରେ ଆରମ୍ଭରୁ ହିଁ ନିବେଶକଙ୍କୁ କ୍ଷତି ସହିବାକୁ ପଡିଛି ।

ଏତତ୍ ବ୍ୟତୀତ ନିଫ୍ଟି ଶୁକ୍ରବାର ୨୩,୧୧୪ ଅଙ୍କରେ ବନ୍ଦ ହୋଇଥିଲା । ଯାହା ସୋମବାର ୨୨,୮୨୪କୁ ଚାଲି ଆସିଛି । ଅର୍ଥାତ ପୂର୍ବ ଦିନ ଅପେକ୍ଷା ଅଥିରେ ୪୮୦ଅଙ୍କ ହ୍ରାସ ଘଟିଛି । ଏବେ ଏହା ୨୨୬୩୪ ପଏଣ୍ଟରେ ଟ୍ରେଡ୍ କରୁଛି ।