ମୁମ୍ବାଇ, ୨୩।୦୭ : ସେୟାର ବଜାରରେ ହାହାକାର । ଭୁଶୁଡି ପଡିଲା ମାର୍କେଟ୍ । କାରବାରର ଚତୁର୍ଥ ଦିନରେ ନିବେଶକଙ୍କୁ ବଡ ଝଟକା ଲାଗିଛି । ଇରାନ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଭୟଙ୍କର ଯୁଦ୍ଧ ପାଇଁ ସେନସେକ୍ସ ଏବଂ ନିଫ୍ଟି ରେଡ୍ ଜୋନରେ ଖୋଲିଛି ।

ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଖୋଲୁଖୋଲୁ ୩୦୦ ଅଙ୍କ ତଳକୁ ଖସିଥିଲା । ସେହିପରି ବିଏସଇ ନିଫ୍ଟି ମଧ୍ୟ ବୁଧବାର ତୁଳନାରେ ୧୦୦ ଅଙ୍କ ତଳେ ରହି ଖୋଲିଥିଲା । ବିଏସଇ ଲାର୍ଜକ୍ୟାପର ୩୦ରୁ ୨୪ ସେୟାର ଏବେ ଲାଲ୍ ସଙ୍କେତରେ କାରବାର କରୁଛି ।

Also Read :- 'ରୋହିତ ସତରେ ଅବସର ନେଇଥାନ୍ତେ, ନିଆଁ ଜଳୁଥିଲା'... ଅଶ୍ୱୀନଙ୍କ ବୟାନକୁ ନେଇ ଚିନ୍ତାରେ BCCI

ବୁଧବାର ବିଏସଇ ସେନସେକ୍ସ ୭୬,୭୫୫ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୭୬୫୧୫ରେ ଖୋଲିଥିଲା । କିଛି ମିନିଟ୍ ପରେ ଏହା ୭୬୩୪୪ ସ୍ତରକୁ ଆସିଯାଇଥିଲା । ସେହିପରି ଏନଏସଇ ନିଫ୍ଟି ମଧ୍ୟ ସେନସେକ୍ସ ଭଳି ଖସିଛି । । ବୁଧବାର ସେନସେକ୍ସ ୨୩୯୬୬ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୨୩୯୦୪ ଅଙ୍କକୁ ଖସି କାରବାର ଆରମ୍ଭ କରିଥିଲା । ଏହାପରେ ୨୩୮୭୬ ଅଙ୍କକୁ ଖସି ଆସିଥିଲା ।

ବିଏସଇ ଲାର୍ଜକ୍ୟାପରେ ଇଣ୍ଡିଗୋ, ଏଚଡିଏଫସି ବ୍ୟାଙ୍କ, ଏସବିଆଇ, ବଜାଜ ଫାଇନାନ୍ସ ଭଳି କମ୍ପାନୀ ରେଡ୍ ଜୋନରେ କାରବାର କରୁଛନ୍ତି । ଅନ୍ୟ ଦିଗରେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଜିଏମଆର ଏୟାରପୋର୍ଟ, ଫୋନେକ୍ସ ଲିମିଟେଡ୍ର ସେୟାରରେ ମଧ୍ୟ ୨ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।