ଭୁବନେଶ୍ବର ୭।୯: ରାଜ୍ୟରେ ଧନଜୀବନକୁ ସୁରକ୍ଷିତ ଏବଂ ଅଗ୍ନି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅଗ୍ନି ନିରାପତ୍ତା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି । ୨୦୧୭ ମସିହାରେ ପ୍ରଣିତ 'ଅଗ୍ନି ନିରାପତ୍ତା ଓ ଅଗ୍ନି ନିରାକରଣ ଆଇନ'କୁ ସମୟାନୁସାରେ ୨୦୧୯ ଏବଂ ୨୦୨୫ ମସିହାରେ ସଂଶୋଧନ କରାଯାଇଛି ।

ଏହି କ୍ରମରେ ପ୍ରଥମ ଥର ପାଇଁ ୨୦୨୫ ମସିହାରେ ରାଜ୍ୟରେ 'ଥାର୍ଡ ପାର୍ଟି ଲାଇସେନ୍ସିଂ ଏଜେନ୍ସି' ବ୍ୟବସ୍ଥାର ପ୍ରଚଳନ କରାଯାଇଛି, ଯାହାଫଳରେ ଏନ୍ପାନେଲମେଣ୍ଟ ହୋଇଥିବା ଏଜେନ୍ସିଗୁଡ଼ିକ ବିଭିନ୍ନ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଯାଞ୍ଚ କରି ପୋର୍ଟାଲରେ ଅପଲୋଡ୍ କରୁଛନ୍ତି।

ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: ନିକଟ ଅତୀତରେ ବିଭିନ୍ନ ସ୍ଥାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବିନା କାର୍ଯ୍ୟରତ ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଚିକିତ୍ସାଳୟଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏକ ବ୍ୟାପକ ଅଭିଯାନ ଆରମ୍ଭ ହେବ ।

ପ୍ରଶିକ୍ଷଣ ଓ କର୍ମଶାଳା: ଏହି ଏକମାସିଆ ଅଭିଯାନ ମଧ୍ୟରେ ଅଗ୍ନି ସୁରକ୍ଷା ସୁପରଭାଇଜର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗକୁ ନେଇ କର୍ମଶାଳାର ଆୟୋଜନ କରାଯିବ ।

Also Read:- ଦିଲ୍ଲୀ ଘଟଣା ପରେ ତତ୍ପର ରାଜ୍ୟ ସରକାର ; ଭାଙ୍ଗିବ ଦୁର୍ବଳ କୋଠା, ସ୍କୁଲ-ଅଙ୍ଗନୱାଡି ଉପରେ ବି ନଜର

ଅଂଶଗ୍ରହଣକାରୀ ବିଭାଗ: ଏହି କର୍ମଶାଳାରେ OBCC, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, BMC, BDA, ଗ୍ରାମ ଉନ୍ନୟନ ବିଭାଗ ଏବଂ ପୋଲିସ ପ୍ରଶାସନର ବରିଷ୍ଠ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ଆଲୋଚନା କରିବେ ।

ଆଧୁନିକ ବ୍ୟବସ୍ଥା ଓ କମାଣ୍ଡ ସେଣ୍ଟର: ରାଜ୍ୟର ବିଭିନ୍ନ ସ୍ଥାନରୁ ଅଗ୍ନି ସଚେତନତା ଓ ସମସ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ କମାଣ୍ଡ ସେଣ୍ଟର କାର୍ଯ୍ୟ କରିବ । ଏଥିସହ ଅଗ୍ନି ପ୍ରତିରୋଧକ ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର, ଡାଟାବେସ୍ ଏବଂ ମୋବାଇଲ୍ ଆପ୍‌ର ଶୁଭାରମ୍ଭ କରାଯିବ ।

Watch Video: