ଭୁବନେଶ୍ବର ୭।୯: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ଓଡ଼ିଶା ସରକାର ଏବେ ତତ୍ପର । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ବଡ଼ ବୟାନ । ସହର ଗୁଡିକରେ ଯେଉଁ ସରକାରୀ କୋଠାଗୁଡିକ ଦୁର୍ବଳ ଅଛି ତାକୁ ଭଙ୍ଗା ଯାଉଛି । ସେହିପରି ବେସରକାରୀ ସ୍ତରରେ ଦୁର୍ବଳ ଥିବା କୋଠା ଭାଙ୍ଗିବାକୁ ଚିଠି କରାଯିବ । ଅନେକ ଗୁଡ଼ିଏ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ଦୁର୍ବଳ ଅଛି ତାକୁ ଭାଙ୍ଗିବାକୁ ଚିଠି କରାଯାଇ ସାରିଛି ।

Also Read:- ବଡ଼ ଘୋଷଣା : ବଦଳିବ ଦଶମ ପାଠ୍ୟକ୍ରମ, ଦଶମ-ଦ୍ୱାଦଶ ହେବ ଗୋଟିଏ ବୋର୍ଡ

ସେହିପରି ସହର ଭିତରେ ଥିବା ଦୁର୍ବଳ କୋଠାକୁ ଭାଙ୍ଗିବା ପାଇଁ କୁହାଯାଇଛି । ଏହା ଉପରେ କଡ଼ା ନଜର ରଖାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ବାହାର କରାଯାଇଥିବା ବେଳେ ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟି ସାରିଛି । କୋଠା ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀ ନଗର ନିଗମର ୫ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ନିଲମ୍ବିତ ହୋଇଥିବା ସମସ୍ତ ଅଧିକାରୀ ସାଉଥ ଜୋନ୍‌ର । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଡେପୁଟୀ କମିଶନର ରାକେଶ କୁମାର, ଏସଇ ରଣବୀର ସିଂ, EE(ବିଲ୍ଡିଂ) ଲଳିତ କୁମାର ଗୋଏଲ, AE(ବିଲ୍ଡିଂ) ସୁନୀଲ ଚୌହ୍ଵାନ, ଜୁନିୟର ଇଞ୍ଜିନିୟର ଆଶିଷ କୁମାର । ଆଦେଶରେ କୁହାଯାଇଛି ଯେ, ସମସ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ୫ ଅଧିକାରୀ ଚାକିରିରୁ ନିଲମ୍ବିତ ରହିବେ ।

Watch Video: