ମାଥିଲି ୧୦।୦୯ : ମ୍ୟାଲେରିଆ ମୁକାବିଲା ପାଇଁ ବଣ୍ଡାଘାଟିରେ ପହଞ୍ଚିଛି ରାଜ୍ୟ ମ୍ୟାଲେରିଆ ଟିମ୍। ଗାଁ ଗାଁ ବୁଲି ମ୍ୟାଲେରିଆ ନିରାକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରୁଛନ୍ତି ରାଜ୍ୟ ମ୍ୟାଲେରିଆ ନିୟନ୍ତ୍ରଣ ଓ ସ୍ବାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ ଶୁଭାଶିଷ ମହାନ୍ତି ଏବଂ ରାଜ୍ୟ MSME ଅଫିସର ଆଲୋକ ପତି।

ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି । ତାହାର ତଦାରଖ କରାଯାଉଛି। ଗାଁକୁ ଗାଁ ବୁଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ସମ୍ପର୍କରେ ସଚେତନତା କରାଯାଉଛି କି ନାହିଁ ? ଲୋକଙ୍କୁ ଆବଶ୍ୟକୀୟ ମଶାରି ବଣ୍ଟନ ହୋଇଛି କି ନାହିଁ ? ଏହାର ତଦାରଖ କରୁଛି ଟିମ୍। ଦାନ୍ତିପଡ଼ା ଗାଁରେ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କୁ ଏହି ଟିମ୍ ଭେଟିଛି। ତେବେ ବଣ୍ଡାଘାଟିରେ ଗତ ଅଗଷ୍ଟ ମାସରେ ୨୭ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କର ଚିକିତ୍ସା କରାଯାଉଛି।

Also Read:- ଆମେରିକା ଉପରେ ଇରାନର ବଡ଼ ଆଟାକ୍ ! ଧ୍ୱଂସ ହୋଇଗଲା ଏକାଧିକ ଯୁଦ୍ଧ ବିମାନ