ଭୁବନେଶ୍ବର,|୦୬ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଯେଉଁ ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ସହ ସମ୍ପୃକ୍ତ,ସେମାନଙ୍କ ସମେତ ସାଂସଦ ଓ ବିଧାୟକ ଯୋଗ ଦେଇ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବେ । ତା'ପରେ ଜିଲ୍ଲାର ଖସଡ଼ା ପ୍ରସ୍ତୁତ ହେବ ବୋଲି କହିଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ।

ସୁରେଶ କହିଛନ୍ତି ଯେ, ଜିଲ୍ଲାର ପାଣିପାଗ ସ୍ଥିତି ଯେପରି ମରୁଡି,ବନ୍ୟା ବାବଦରେ ଆଲୋଚନା ହେବ । ପ୍ରତି ରୁ୭ ବର୍ଷରେ ତାପମାତ୍ରା ବୃଦ୍ଧି ଯୋଗୁଁ ଏଲ ନିନୋ ଆସେ । ସାରା ଦେଶ ସହ ଓଡ଼ିଶାରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି । ତେବେ ସ୍ୱାଭାବିକ ଭାବେ ୧୪୫୦ ମିଲିମିଟର ବର୍ଷା ରାଜ୍ୟ ପାଇଁ ଆବଶ୍ୟକ ରହିଥାଏ । ତେବେ ତାଠାରୁ କିଛି କମ ବର୍ଷା ହେବା ନେଇ ଆଶା କରାଯାଉଛି ।

Also Read :-News7ର କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ପରଲୋକ, ସମ୍ବାଦ ଜଗତରେ ଶୋକର ଛାୟା

ସେ ଆହୁରି କହିଛନ୍ତି ଯେ, କୌଣସି ପ୍ରତିକୂଳ ସ୍ଥିତି ପାଇଁ ସରକାର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଜଳ ସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ପାଇଁ ଆଲୋଚନା ସରିଛି ।୫%କମ ବର୍ଷା ହେଲେ ବି,କଣ୍ଟିଜେନ୍ସି ପ୍ଲାନ କାମ କରିବ । ବନ୍ୟା,ବାତ୍ୟା ପାଇଁ ଖସଡ଼ା ପ୍ରସ୍ତୁତି ହୋଇଛି । ମରୁଡି ମୁକାବିଲା ପାଇଁ ବି ଆଗୁଆ ପଦକ୍ଷେପ ନିଆଯାଉଛି । ପାଣିପାଗର ଗତିକୁ ଦେଖି ପରାମର୍ଶକୁ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।