ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 

ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଆବଣ୍ଟନ କରାଯାଇଛି

  1. ଗୃହ ବିଭାଗ-୧୧୦୨୮.୫୬ କୋଟି
  2. ସାଧାରଣ ପ୍ରଶାସନ-୮୦୫.୧୧ କୋଟି
  3. ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-୨୨୭୧.୬୪ କୋଟି
  4. ଆଇନ ବିଭାଗ-୧୦୯୪.୪୧ କୋଟି
  5. ଅର୍ଥ ବିଭାଗ-୬୫,୨୯୫.୨୭ କୋଟି
  6. ବାଣିଜ୍ୟ ବିଭାଗ-୩୧୭ କୋଟି
  7. ପୂର୍ତ୍ତ ବିଭାଗ-୧୩,୪୫୧ କୋଟି
  8. ଓଡ଼ିଶା ବିଧାନସଭା-୧୪୭.୪୦ କୋଟି
  9. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୧୫୩୮.୨୮ କୋଟି
  10. ସ୍କୁଲ ଓ ଗଣଶିକ୍ଷା ବିଭାଗ-୩୧,୯୯୭.୦୫ କୋଟି
  11. ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ-୬୬୪୯.୩୩ କୋଟି
  12. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୨୩,୧୮୨.୧୪ କୋଟି
  13. ଗୃହ ଓ ନଗର ଉନ୍ନୟନ ବିଭାଗ-୧୦୭୨୬.୮୬ କୋଟି
  14. ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ-୩୮୫.୦୩ କୋଟି
  15. କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ-୧୩୫୯.୨୯ କୋଟି
  16. ଯୋଜନା ଓ ସଂଯୋଜନା-୩୪୩୭.୫୭ କୋଟି
  17. ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ-୩୪୦୦୪.୦୬ କୋଟି
  18. ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା-୩.୧୧ କୋଟି
  19. ଉଦ୍ୟୋଗ ବିଭାଗ-୧୨୦୭.୫୦ କୋଟି
  20. ଜଳ ସମ୍ପଦ ବିଭାଗ-୧୬୪୮୮.୯୨ କୋଟି
  21. ପରିବହନ ବିଭାଗ-୪୦୭୯.୮୧ କୋଟି
  22. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୧୯୧୬.୦୫ କୋଟି
  23. କୃଷି ଓ କୃଷକ କଲ୍ୟାଣ ବିଭାଗ-୧୪୭୦୧.୩୯ କୋଟି
  24. ଇସ୍ପାତ ଓ ଖଣି ବିଭାଗ-୩୬୫.୧୧ କୋଟି
  25. ସୂଚନା ଓ ଲୋକସମ୍ପର୍କ ବିଭାଗ-୧୬୬.୫୪ କୋଟି
  26. ଅବକାରୀ ବିଭାଗ-୨୮୨.୧୬ କୋଟି
  27. ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା-୩୫୩.୪୫ କୋଟି
  28. ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦ କୋଟି
  29. ସଂସଦୀୟ ବ୍ୟାପାର ବିଭାଗ-୭୪.୯୨ କୋଟି
  30. ଶକ୍ତି ବିଭାଗ-୪୫୯୬.୭୦ କୋଟି
  31. ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ-୩୮୨.୩୫ କୋଟି
  32. ପର୍ଯ୍ୟଟନ ବିଭାଗ-୧୦୨୨.୭୫ କୋଟି
  33. ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ-୨୦୧୯ କୋଟି
  34. ସମବାୟ ବିଭାଗ-୨୩୩୪.୬୪ କୋଟି
  35. ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ-୧୧ କୋଟି
  36. ମହିଳା ଓ ଶିଶୁ କଲ୍ୟାଣ ବିଭାଗ-୧୬୧୫୨.୯୩ କୋଟି
  37. ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ-୧୧୦୮.୦୨ କୋଟି
  38. ଉଚ୍ଚ ଶିକ୍ଷା ବିଭାଗ-୩୬୬୪.୪୦ କୋଟି
  39. ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ-୧୮୨୩.୧୧ କୋଟି
  40. ଏମଏସଏମଇ ବିଭାଗ-୭୬୨.୭୮ କୋଟି
  41. ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ-୯୬୧୦.୮୫ କୋଟି
  42. ବିପର୍ଯ୍ୟୟ ପରିଚାଳନା-୫୫୫୮.୦୭ କୋଟି
  43. ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ-୬୧୪.୯୭ କୋଟି
  44. ମିଶନ ଶକ୍ତି ବିଭାଗ-୨୮୦୪.୨୩ କୋଟି