ନୂଆଦିଲ୍ଲୀ, ୦୭/୦୫: ତାମିଲନାଡୁରେ ରାଜନୀତି ସରଗରମ ରହିଛି । ଏଠାରେ ନୂଆକରି ଗଢି ଉଠିଥିବା ବିଜୟଙ୍କ ଟିଭିକେ ସର୍ବବୃହତ ଦଳ ଭାବେ ଉଭା ହୋଇଛି । ଚିଭିକେ ପ୍ରଥମ ଥର ପାଇଁ ୨୦୨୬ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲା । ଏହାସହ ସଫଳ ମଧ୍ୟ ହୋଇଛି । ଦଳ ୧୦୮ ଆସନରେ ବିଜୟୀ ହୋଇଛି । କିନ୍ତୁ ସରକାର ଗଠନ ପାଇଁ ଦଳକୁ ଆଉ ୧୦ ଜଣ ବିଧାୟକଙ୍କ ସମର୍ଥନ ଦରକାର । ଏସବୁ ମଧ୍ୟରେ ତାମିଲନାଡୁ ନିର୍ବାଚନକୁ ନେଇ ବଡ କଥା କହିଛନ୍ତି ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ।

ଶ୍ରୀଧର କହିଛନ୍ତି ଯେ, ବିଜୟଙ୍କୁ ସମର୍ଥନ ମିଳିବା ସମ୍ଭାବନା କମ୍ ରହିଛି । ତାଙ୍କ ପାଖରେ ଯେତିକି ସଂଖ୍ୟା ରହିଛି ସେଥିରେ ଆଉ କେହି ଯୋଡି ହେବେ ନା ନାହିଁ ତାହା କହିହେବନି । ଏଠାରେ ସ୍ଥିର ସରକାର ଗଠନ ହୋଇପାରିବ ନାହିଁ । ତାମିଲନାଡୁ ଆହୁରି ଭଲ ଦରକାର କରେ ।

ସେ ଆହୁରି କହିଛନ୍ତି ଯେ, ଏବେ ତାମିଲନାଡୁରେ ରାଷ୍ଟ୍ରପତି ଶାସନ ଜାରି ହେବା ଦରକାର । ଏହାପରେ ଆଉ ଥରେ ନିର୍ବାଚନ ହେବା ଉଚିତ । ଏହାପରେ ହିଁ କିଏ ବାଜିଗର ତାହା ସ୍ପଷ୍ଟ ହୋଇଯିବ । ଯାହା ଲାଗୁଛି ପୁଣି ଥରେ ନିର୍ବାଚନ ହେଲେ ଟିଭିକେ ଭଲ ସିଟ୍ ଜିତିବ । କିନ୍ତୁ ଡିଏମକେ-ଏଆଇଏଡିଏମକେ ବିଜୟଙ୍କୁ ରୋକିବା ପାଇଁ ଚେଷ୍ଟା କରିବେ । ଯାହା ଫାଇଟକୁ ଅଧିକ ରୋଚକ କରିବ ।

Also Read :- ତାମିଲନାଡୁ ରାଜନୀତିରେ ମହା-ଧମାକା: ବିଜୟଙ୍କୁ ରୋକିବାକୁ ହାତ ମିଳାଇ ପାରନ୍ତି DMK-AIADMK

ତେବେ ଭେମ୍ବୁଙ୍କ ପୋଷ୍ଟ୍ ପରେ ୟୁଜର ନାନା କଥା କହୁଛନ୍ତି । କିଛି ୟୁଜର ଆଉ ଥରେ ନିର୍ବାଚନ ସପକ୍ଷରେ କହୁଛନ୍ତି । ଆଉ କିଛି ଏହାକୁ ବିରୋଧ କରୁଛନ୍ତି । ନିର୍ବାଚନ ହେଲେ କୌଣସି ଦଳ କଳ ବଳ ଲଗାଇଦେବେ । ଏହା ଅଧିକ ଅର୍ଥ ଏବଂ ସମୟ ନଷ୍ଟ କରିବ ବୋଲି କିଛି ନେଟିଜେନ୍ସ୍ ମତ ଦେଉଛନ୍ତି ।