ନୂଆଦିଲ୍ଲୀ, ୨୦|୦୭: ଦୀର୍ଘ ବେଢ଼ ମାସର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ଫିଫା ବିଶ୍ଵକପ୍। ଅର୍ଜେଣ୍ଟିନାର ସବୁ ସ୍ୱପ୍ନକୁ ମଉଳାଇ ସ୍ପେନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ମେଟ୍ ଲାଲଫ ଷ୍ଟାଡ଼ିୟମରେ ଅନୁଷ୍ଠିତ ଫାଇନଲ୍ ମୁକାବିଲାରେ ଦଳ ୧-୦ ଗୋଲରେ ବିଜୟ ହାସର କରିଥିଲା । ଦୀର୍ଘ ୧୬ ବର୍ଷ ପରେ ସ୍ପେନ୍ ଦ୍ଵିତୀୟ ଟାଇଟଲ ହାସଲ କରିଛି। 

କଡା ଟକ୍କର

ମ୍ୟାଚର ପଞ୍ଚମ ମିନିଟରେ ସ୍ପେନ୍ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲା । ଲାମିନ ୟମାଲଙ୍କ ଏକ ସଟକୁ ଆର୍ଜେଣ୍ଟିନା ଗୋଲ୍ କିପର ଏମିଲିଆନୋ ମାର୍ଟିନେଜ ଅଚଳାଇ ଦେଇଥିଲେ । ପ୍ରଥମ ଜଳପାନ ବିରତି ପର୍ଯ୍ୟନ୍ତ ଅନ୍ୟ କୌଣସି ଗୋଲ ସୁଯୋଗ ସୃଷ୍ଟି ହୋଇ ନଥିଲା । ସ୍ପେନ୍ ବଲ୍ ପୋଜେସନରେ ଆଗୁଆ ରହିଥିଲା ଓ ବାରମ୍ବାର ଆକ୍ରମଣ କରିଥିଲା । କିନ୍ତୁ ଆର୍ଜେଣ୍ଟିଳାର ଡିଫେନ୍ସ ଲାଇନ ଅତିକ୍ରମ କରି ପାରିନଥିଲା I ଆର୍ଜେଣ୍ଟିନା କଡ଼ା ଟକ୍ଟର ଦେଇଥିଲେ ହେଁ ଫରଓ୍ବାର୍ଡରେ ସେଭଳି ତାଳମେଳ ଦେଖୁବାକୁ ମିଳି ନଥୁଲା। ଲୟ ଫେଖି ପାଇବା ପାଇଁ ଆର୍ଜେଣ୍ଟିନା ଖେଳାଳି ସଂଘର୍ଷ କରିଥିଲେ ।

୩୯ତମ ମିନିଟରେ ସ୍ପେନ୍ ଆଉ ଏକ ପ୍ରୟାସ କରିଥୁଲା । ହାନି ଓଲମୋଙ୍କ ଠାରୁ ଏକ ପାସ୍ ପାଇ ମିଳେଲ ଓସାରନବାଲ ଗୋଲ୍ ପାଇଁ ପ୍ରୟାସ କରିଥିଲେ । ତାଙ୍କ ସଟକୁ ମାର୍ଟିନେଜ ଅଟକାଇ ଦେଇଥିଲେ। ୪୩ତମ ମିନିଟରେ ମାର୍କ କୁକୁରେଲା ମଧ୍ୟ ଏକ ପ୍ରୟାସ କରି ବିଫଳ ହୋଇଥିଲେ । ଏହା ପୂର୍ବରୁ ୪୧ତମ ମିନିଟରେ ଲାମିନ ୟମଲଙ୍କୁ ଫାଉଲ ମାରି ଲିସାନ୍ଦ୍ରୋ ମର୍ଟିନେଜ ୟେଲୋ କାର୍ଡ ପାଇଥିଲେ। କୋଚ ଲିଓନେଇ ସ୍କାଲୋନି ୪୪ତମ ମିନିଟରେ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ଡକାଇଥିଲେ । ତାଙ୍କ ସ୍ଥାନରେ ନିକୋଲାସ ଓଟାମେଣ୍ଡି ଖେଳିଥିଲେ ।

ସ୍ପେନ୍ ନିୟନ୍ତ୍ରଣରେ ବଲ୍

ପ୍ରଥମାର୍ଦ୍ଧରେ ୬୪% ବଲ ପୋଜେସନ ବଳୟରେ ରଖ୍ ସ୍ପେନ୍ ସମ୍ପୁର୍ଣ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା । ୪୫ମିନିଟ୍ ମଧ୍ୟରେ ୩ଟି ଗୋଲ ସୁଯୋଗ ସୃଷ୍ଟି କରିଥିଲା । ଆର୍ଜେଣ୍ଟିନା ୩୬% ବଲ ପୋଜେସନ ହାସଲ କରିଥିଲା I ପ୍ରଥମାର୍ଦ୍ଧ ମଧ୍ୟରେ ଆର୍ଜେଣ୍ଟିନାର କୌଣସି ଖେଳାଳି ସ୍ପେନ୍ ଡିଫେନ୍ସ ଲାଇନ୍ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ । ୪୮ତମ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମ କର୍ଣ୍ଣର ମିଳିଥିଲା । ମେସିଙ୍କ କର୍ଣ୍ଣର ଆଉଟ୍ ଲାଇନ ଅତିକ୍ରମ କରିଥିଲା । ଏହାପରେ ସ୍ପେନ୍ ଘନ ଘନ ଆକ୍ରମଣ କରିଥିଲା।

ଅତିରିକ୍ତ ମିନିଟରେ ଫଇସଲା

ତେବେ ସମୟ ପରେ ଅତିରିକ୍ତ ୩୦ ମିନିଟର ଖେଳ ଆରମ୍ଭ ହୋଇଥିଲା । ୯୬ ତମ ମିନିଟରେ ସ୍ପେନ୍ ପକ୍ଷରୁ ନିକୋ ଓ୍ୱିଲିୟମ୍ସ ଏକ ଗୋଲ୍ କରିଥିଲେ । ଏହା ହିଁ ଖେଳକୁ ବଦଳାଇଦେଇଥିଲା । ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଖେଳାଳି ଅନେକ ପ୍ରୟାସ କରିଥିଲେ । କିନ୍ତୁ ଗୋଲ୍ ଦେଇପାରିନଥିଲେ । ଫଳରେ ସ୍ପେନ୍ ୧-ରେ ମ୍ୟାଚ୍ ଜିତି ଟାଇଟଲ୍ ହାସଲ କରିନେଇଥିଲା । ତେବେ ସ୍ପେନ୍ ବିଜଟୟ ସହ ଆର୍ଜେଣ୍ଟିନାର ଲଗାତାର ଦ୍ୱିତୀୟ ଫିଫା ଦଖଲ ସ୍ୱାପ୍ନ ଭାଙ୍ଗିଯାଇଛି । ଏହାସହ ମେସିଙ୍କ ମ୍ୟାଜିକକୁ ସ୍ପେନ୍ ଖେଳାଳି ଫିକା କରିଦେଇଛନ୍ତି ।