ମୋରଡା ୧୯।୮: ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ଫାଣ୍ଡି ଅଧିକାରୀ ନିଲମ୍ବିତ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକ ନିଲମ୍ବିତ ହୋଇଛନ୍ତି ।

ଚିତ୍ରଡା ଅଞ୍ଚଳରେ ମଦ ମାଫିଆଙ୍କ ସହ ଫାଣ୍ଡି ଅଧିକାରୀଙ୍କ ସମ୍ପର୍କକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତଦନ୍ତ ପରେ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱ ପାଳନରେ ତ୍ରୁଟି ଥିବା ଅଭିଯୋଗରେ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଡୁପାଲି ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

Also Read:- ଛାତିଥରା ଦୁର୍ଘଟଣା ; ଥାର୍ ଧକ୍କାରେ ବାଇକ୍ ଚାଳକ ମୃତ, ଷଣ୍ଢ ବି ଆଖି ବୁଜିଲା

ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ଘଟଣାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି ।

Watch Video: