ଅଣ୍ଡାଲୁସିୟା: ଦକ୍ଷିଣ ସ୍ପେନର ଅଣ୍ଡାଲୁସିୟା ଜଙ୍ଗଲରେ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କରିଛି। ଜଙ୍ଗଲ ପୋଡି ଯୋଗୁ ଅନୁନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ହେଳେ ୧୯ ଜଣ ନିଖୋଜ ଅଛନ୍ତି। ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁ ୬୦୦ ଲୋକ ବାସହରା ହୋଇପଡିଛନ୍ତି। ଇତି ମଧ୍ୟରେ ପବନର ଦିଗ ବଦଳି ଯାଇଛି। ଏଣୁ ନିଆଁ ନୂଆନୂଆ ଅଞ୍ଚଳକୁ ବ୍ୟାପୁଛି। ତେବେ ଦମକଳ ବିଭାଗ କର୍ମଚାରୀ ଓ ଅଧିକାରୀ ନିଆଁ ଲିଭାଇବା କାମରେ ଲାଗି ପଡିଛନ୍ତି। ଅଣ଼୍ଡାଲୁସିଆ ଆଞ୍ଚଳିକ ସରକାର ଏକ ବୟାନରେ ପୁଷ୍ଟି କରିଛନ୍ତି ଯେ ବନାଗ୍ନି ଲସ୍ ଗ୍ୟାଲାର୍ଡୋସ ନଗର ପାଳିକା ସମେତ ବେଦାର ଓ ଏଣ୍ଟାସ ନଗରପାଳିକାକୁ ପ୍ରଭାବିତ କରିଛି।

ବନାଗ୍ନି ବ୍ୟାପିବା ଯୋଗୁ ପାଖାପାଖି ୬୦୦ ଲୋକଙ୍କୁ ସେମାନଙ୍କ ଘରୁ ବିସ୍ଥାପନ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୨୦ ଜଣଙ୍କୁ ରାତିକ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇଛି। ଅଣ୍ଡାଲୁସିୟା ସ୍ୱାସ୍ଥ୍ୟ ଓ ଜରୁରିକାଳୀନ ମନ୍ତ୍ରୀ ଏଣ୍ଟୋନିୟୋ ସାଞ୍ଜ କ୍ୟାବେଲୋ ଲୋକଙ୍କୁ ଜରୁରିକାଳୀନ ସମୟରେ ଜାରି ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବାକୁ ନିବେଦନ କରିଛନ୍ତି। ଏ ନେଇ ସାଞ୍ଜ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲୋକଙ୍କୁ ଦାୟିତ୍ୱବାନ ହେବାକୁ ନିବେଦନ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷିତ ଉଦ୍ଧାର ୭୪ ଜଣଙ୍କୁ ଲୁବ୍ରିନ ଥିଏଟର ଓ ଅନ୍ୟ ୭୪ ଜଣଙ୍କୁ ଗାରୁଚା ଥିଏଟରରେ ପୁନର୍ବାସ କରାଯାଇଛି।

ଅଧିକାରୀଙ୍କ ଅନୁସାରେ ଜଙ୍ଗଲ ନିଆଁରେ କିଛି ଲୋକେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ନିଆଁ ଓ ଧୂଆଁ ଯୋଗୁ ଲୋକେ ଶ୍ୱାସଋଦ୍ଧ ହୋଇ ଅସୁସ୍ଥ ହେଉଛନ୍ତି । ଏଣୁ ଏପରି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଅଧିକାରୀମାନେ ଗୁରୁତର ଅସୁସ୍ଥ ଲୋକଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସେଭିଲର ଭର୍ଜେନ ଡେଲ ରୋସିୟୋ ହସ୍ପିଟାଲ ରେଫର କରିବାକୁ ବିଚାର କରୁଛନ୍ତି।