ସିଓଲ: ବର୍ଷ ୨୦୧୯ରେ ଇ-କମର୍ସ କମ୍ପାନି ଆମାଜନର ଫାଉଣ୍ଡର ଜେଫ୍ ବେଜୋସଙ୍କ ଡିଭୋର୍ସ ବେଶ ଚର୍ଚ୍ଚାରେ ଥିଲା । ତାଙ୍କୁ ନିଜ ପୂର୍ବତନ ପତ୍ନୀଙ୍କୁ ଆଲିମୋନି ଭାବେ ୩୮ ଅରବ ଡଲାରର ସମ୍ପତ୍ତି ଦେବାକୁ ପଡ଼ିଥିଲା । ଏହାପରେ ବର୍ଷ ୨୦୨୧ରେ ଆଉ ଗୋଟିଏ ଡିଭୋର୍ସ ହୋଇଥିଲା, ଯେଉଁଠି ବିଲ୍ ଗେଟ୍ସ ନିଜ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କୁ ୭୬ ବିଲିୟନ ଟଙ୍କା ଦେଇଥିଲେ । ଏବେ ଆଉ ଗୋଟିଏ ଡିଭୋର୍ସ ଚର୍ଚ୍ଚାରେ ଅଛି, ଯେଉଁଠି ସାଉଥ୍ କୋରିଆର ବ୍ୟବସାୟୀଙ୍କୁ ନିଜ ପୂର୍ବତନ ପତ୍ନୀଙ୍କୁ ୬୪୪ ମିଲିୟନ୍ ଡଲାର ଦେବାକୁ ପଡ଼ିଛି ।

କିଏ ଏସକେ ଗ୍ରୁପର ମାଲିକ, କାହିଁକି ଚର୍ଚ୍ଚାରେ ତାଙ୍କ ଡିଭୋର୍ସ ?

ସାଉଥ୍ କୋରିଆର କମ୍ପାନି ଏସକେ ଗ୍ରୁପର ଚେୟାରମ୍ୟାନ୍ ଏବଂ ବିଲିୟୋନେୟାର ଚେୟ ଟେ-ୱୋନଙ୍କୁ ଡିଭୋର୍ସ ପାଇଁ ନିଜ ପୂର୍ବତନ ପତ୍ନୀଙ୍କୁ ୯୪୪ ଅରବ ୱୋନ୍ (୬୪୦ ମିଲିୟନ୍ ଡଲାର) ଦେବା ପାଇଁ ଅର୍ଡର ମିଳିଛି । ଦୀର୍ଘ ଦିନରୁ ଚେୟ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୋର୍ଟରେ ଡିଭୋର୍ସ ମାମଲା ଚାଲିଥିଲା । ସିଓଲ୍ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସେ ବ୍ୟବସାୟୀ ଚେୟ ଏବଂ ପୂର୍ବତନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ରୋ ଟେ-ୱୁଙ୍କ ଝିଅ ରୋ ସୋ-ୟଙ୍ଗଙ୍କ ମଧ୍ୟରେ ଚାଲିଥିବା ଡିଭୋର୍ସ ବିବାଦ ମାମଲାର ପୁଣିଥରେ ସମୀକ୍ଷା କରନ୍ତୁ । କୋର୍ଟ ଆଲିମୋନିର ପୂରା ଅର୍ଥରାଶି ନଗଦରେ ଦେବାକୁ ରାୟ ଶୁଣାଇଛନ୍ତି । ଏହାପରେ ହିଁ ଚେୟ କମ୍ପାନିର ସେୟାର ନିଜ ପାଖରେ ରଖିପାରିବେ ।

ସାଉଥ୍ କୋରିଆର ସବୁଠାରୁ ମହଙ୍ଗା ଡିଭୋର୍ସ

କୋର୍ଟ ଟେକ୍ କମ୍ପାନି ମାଲିକ ଚେୟ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଡିଭୋର୍ସ ବିବାଦ ସମାଧାନ ପାଇଁ ସମ୍ପତ୍ତି ବଣ୍ଟନର ଅର୍ଡର ଦେଇଛନ୍ତି । କୋର୍ଟ କହିଛନ୍ତି ଯେ କମ୍ପାନିର ପ୍ରଗତିରେ ଉଭୟଙ୍କ ଭାଗୀଦାରୀ ଅଛି । କୋର୍ଟ କହିଛନ୍ତି ଯେ ଚେୟ କମ୍ପାନି ସମ୍ଭାଳିଲେ, ତ' ତାଙ୍କ ପତ୍ନୀ ଘର ସଂସାର । ଉଲ୍ଲେଖଯୋଗ ଯେ ୧୯୮୮ ମସିହାରେ ଚେୟ ଏବଂ ରୋ ବିବାହ କରିଥିଲେ । ଦୁହିଁଙ୍କର ୩ଟି ସନ୍ତାନ ବି ଅଛନ୍ତି । ବିବାଦ ପରେ ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ପରେ ବର୍ଷ ୨୦୧୭ରେ ଚେୟଙ୍କ ପତ୍ନୀ ଡିଭୋର୍ସ ପାଇଁ ଆବେଦନ କରିଥିଲେ ।

କ’ଣ କରେ ଏସକେ ଗ୍ରୁପ୍

ଏସକେ ଗ୍ରୁପ୍ ଦକ୍ଷିଣ କୋରିଆର ଦ୍ୱିତୀୟ ସବୁଠାରୁ ବଡ଼ କମ୍ପାନି । କମ୍ପାନି ସେମିକଣ୍ଡକ୍ଟର, ଟେଲିକମ୍, ଏନର୍ଜି, ଲାଇଫ୍ ସାଇନ୍ସ ସେକ୍ଟରରେ କାମ କରେ । ୨୦୦ରୁ ଅଧିକ କାରବାର କରୁଥିବା ଥିବା ଏହି କମ୍ପାନିର ଗ୍ଲୋବାଲ୍ ରେଭିନ୍ୟୁ ୧୦୦ ବିଲିୟନ ଡଲାରରୁ ଅଧିକ । ନିକଟରେ କମ୍ପାନି ସାମସଙ୍ଗକୁ ପଛରେ ପକାଇ ୧.୩୫ ଟ୍ରିଲିୟନ୍ ଡଲାରର ଭାଲ୍ୟୁଏସନ୍ ହାସଲ କରିଛି ।