ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ଦୁର୍ଘଟଣାକୁ କେନ୍ଦ୍ର କରି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଘଟଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିପାରିନଥିଲା। ବଞ୍ଚିବାକୁ ଭାରି ଡହଳବିକଳ ହେଉଥିଲେ। ପାଣି ବି ମାଗୁଥିଲେ। ହେଲେ ଉତ୍ତ୍ୟକ୍ତ ଲୋକଙ୍କ କ୍ରୋଧ ଚରମସୀମାରେ ପହଞ୍ଚିଥିଲା। ଭୁଲଠିକ୍ର ହିସାବ କରିବା ପୂର୍ବରୁ ସୌମ୍ୟଙ୍କୁ ମାରିଦେଲେ।

ଏହାସହ ସୌମ୍ୟଙ୍କ ସ୍ୱପ୍ନ ମାଟି ତଳେ ଚାପି ହୋଇ ରହିଗଲା। ସୌମ୍ୟରଞ୍ଜନଙ୍କ ପାଇଁ ଜଗତସିଂହପୁର ଅଞ୍ଚଳରୁ ଏକ ବାହାଘର ପ୍ରସ୍ତାବ ଆସିଥିଲା। ପରିବାର ଲୋକ ସହମତି ଜଣାଇଥିଲେ। କନ୍ୟାଘର ଲୋକ ମଧ୍ୟ ରାଜି ଥିଲେ। ସୌମ୍ୟ ମଧ୍ୟ ସେ ଝିଅକୁ ଜୀବନସାଥୀ ଭାବେ ବାଛି ନେଇଥିଲେ। ଫୋନ୍ରେ କଥା ହେଉଥିଲେ। ଆସନ୍ତା ତିଥିରେ ସେ ବାହା ହୋଇଥାନ୍ତେ। କିନ୍ତୁ ଗତକାଲିର ଘଟଣା ପରେ ତାଙ୍କ ପରିବାରର ସବୁ ସ୍ୱପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି।

also read- ଓଡ଼ିଶାରେ ଶାସନ ଓ ସରକାର ନାହିଁ, ବିଜେପି ସରକାରକୁ ଆସିବା ପରେ ହିଂସା ବଢିଛି: ବିଜେଡି

ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍ପିରେ କନଷ୍ଟେବଲ ଭାବେ କାମ କରୁଥିଲେ। ଲୋକଙ୍କ ମାଡ଼ରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ୍ ପ୍ରକାଶ ମହାତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଛି।