ନୂଆଦିଲ୍ଲୀ,୮|୦୬କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଜାତିସଂଘର ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ ଆୟୋଗର ରିପୋର୍ଟରେ ଗାଜାରେ ପାଲେଷ୍ଟାନୀୟଙ୍କ ଅସ୍ତିତ୍ବ ଶେଷ ଉଦ୍ଦେଶ୍ୟରେ ପିଲାଙ୍କର ଗଣହତ୍ୟା କରାଯାଉଥିବା ଦର୍ଶାଯାଇଛି। ଏହା ସତ୍ତ୍ୱେ ମୋଦୀ ସରକାର ଚୁପ୍ ଅଛନ୍ତି।

Also Read :- Kangana Ranaut: କ'ଣ ଅଭିନେତାଙ୍କ ଓଠକୁ କାମୁଡି ଦେଇଥିଲେ କଙ୍ଗନା ? ପୁଣି ଚର୍ଚ୍ଚାରେ ‘ରିଭଲର ରାଣୀ’ର କିସିଂ ସିନ୍

ସମ୍ବାଦପତ୍ର ନିବନ୍ଧରେ ସୋନିଆ ଲେଖିଛନ୍ତି, ଏହି ଆୟୋଗର ନେତୃତ୍ବ ଏବେ ଭାରତର ପୂର୍ବତନ ବିଚାରପତି ଏସ୍ ମୁରଲୀଧର ନେଉଛନ୍ତି। ତାଙ୍କ ନେତୃତ୍ୱରେ ९४ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଜାରି ହୋଇଛି। ଗାଜାରେ ଅଦ୍ୟାବଧି ୨୦ ହଜାରରୁ ଅଧିକ ପିଲାଙ୍କ ମୃତ୍ୟୁ ହେଲାଣି। ୪୪ ହଜାର ପିଲା ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ପିଲା ଗୁରୁତର ଆହତ ଏବଂ କିଛି ସବୁଦିନ ପାଇଁ ଭିନ୍ନକ୍ଷମ ପାଲଟିଛନ୍ତି। ପିଲାମାନଙ୍କୁ ଟାର୍ଗେଟ କରିବା କୌଣସି ଆକସ୍ମିକ ଘଟଣା ନୁହେଁ, ବରଂ ସୁନିୟୋଜିତ ରଣନୀତି। ଗାଜାରେ ପ୍ରାଣ ହରାଇଥିବା ବା ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ୨୭% ପିଲା। କିଛି ପିଲାଙ୍କ ମୁଣ୍ଡ ଓ ବେକରେ ଗୁଳି ଚିହ୍ନ ରହିଛି। ଗାଜାରେ ୯୭% ସ୍କୁଲ ଧ୍ବଂସ ହୋଇସାରିଛି। ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି କାରଣରୁ ଗର୍ଭପାତ ଓ ପ୍ରସବଜନିତ ଜଟିଳତା ୩୦୦% ବୃଦ୍ଧି ପାଇଛି।

ସେ ଆହୁରି କହିଛନ୍ତି ଯେ, ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଇସ୍ରାଏଲ୍ ଉପରେ ହମାସ ଯେଉଁ ଆକ୍ରମଣ କରିଥିଲା, ତାହା ଅତ୍ୟନ୍ତ ଭୟାନକ, ଜଘନ୍ୟ ଏବଂ ସମ୍ପୂର୍ଣ ଅଗ୍ରହଣୀୟ ଥିଲା। କିନ୍ତୁ ଏହାପରେ ଇସ୍ରାଏଲୀ ସେନା ଏବଂ ରାଜନୈତିକ ନେତୃତ୍ୱ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା କ୍ରୁରତା ଓ ବର୍ବରତାରେ ଭରି ରହିଛି। ସମଗ୍ର ବିଶ୍ଵ ଇସ୍ରାଏଲର ଏଭଳି ବର୍ବରତାକୁ ବିରୋଧ କରୁଥିବା ଥିବା ବେଳେ ଏକାକୀ ଭାରତ ସରକାର ଚୁପ ଚୁପ୍ ରହିଛନ୍ତି । ଜଷ୍ଟିସ ମୁରଲୀଧରଙ୍କ ରିପୋର୍ଟ ଉପରେ ବି ମୋଦୀ ସରକାର ପ୍ରତିକ୍ରିୟା ଦେଉନାହାନ୍ତି । ଭାରତ ଏକଦା ଉପନିବେଶବାଦ ବିରୋଧରେ ମଜଭୁତ ସ୍ୱର ରଖିଥିଲା। ଦେଶ ରାଷ୍ଟ୍ରୀୟ ଅଖଣ୍ଡତା, ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଏବଂ ବିକାଶଶୀଳ ଦେଶଗୁଡ଼ିକ ସହ ଏକଜୁଟତା ପାଇଁ ପରିଚୟ ପାଉଥିଲା। କିନ୍ତୁ ଆଜି ଭାରତ ନିୟମର ଉଲଂଘନ, ଗ୍ଲୋବାଲ ସାଉଥ ଲୋକଙ୍କ ପୀଡ଼ା, ଗାଜା ଓ ପଶ୍ଚିମ ତଟରେ ମାନବୀୟ ନବୀୟ ଗରିମା ଉପରେ ହେଉଥିବା ଆକ୍ରମଣ ପ୍ରତି ଉଦାସୀନ ହୋଇପଡ଼ିଥିବା ସୋନିଆ ଲେଖିଛନ୍ତି।.