ବଲିଉଡ୍‌ର କଣ୍ଟ୍ରୋଭର୍ସି କ୍ଵିନ ତଥା ବିଜେପି ସାଂସଦ କଙ୍ଗନା ରାନାୱତ । ସେ ପ୍ରାୟତଃ ତାଙ୍କ ଫିଲ୍ମ ଏବଂ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ୨୦୧୪ ଫିଲ୍ମ ରିଭଲଭର ରାନୀର ଏକ ପୁରୁଣା କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫିଲ୍ମରେ କଙ୍ଗନା ଅଭିନେତା-କମେଡିଆନ୍ ବୀର ଦାସଙ୍କ ସହ ଅଭିନୟ କରିଥିଲେ ଏବଂ ଦୁହେଁ ଖୁବ୍ ପ୍ୟାସନେଟ ଭାବେ କିସିଂ ସିନ୍ ଦେଇଥିଲେ। ଏବେ, ବର୍ଷ ବର୍ଷ ପରେ ଏହି ସିନ୍କୁ ଏହି ଏକ ଦାବି ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୁଟିଂ ସମୟରେ, ନିର୍ଦ୍ଦେଶକ "କଟ" କହିବା ପରେ ମଧ୍ୟ କଙ୍ଗନା ଅଟକି ନଥିଲେ, ଯାହା ଫଳରେ ବୀର ଦାସ ଆହତ ହୋଇଥିଲେ। କଙ୍ଗନା କିମ୍ବା ବୀର ଦାସ ଏପର୍ଯ୍ୟନ୍ତ ଏହି ଦାବିର ସତ୍ୟତା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ଏକ ପୋଡକାଷ୍ଟର ଆଲୋଚନା ସମୟରେ ଜଣେ ସାମ୍ଵାଦିକ ଏହି ପୁରୁଣା ଘଟଣା ବର୍ଣ୍ଣନା କରିଥିଲେ। ଯେତେବେଳେ ସେ ରିଭଲଭର ରାନୀର ପାଇଁ ସୁଟିଂ ହେଉଥିଲା ବୀର ଦାସ ତାଙ୍କ ସହ ହୋଇଥିବା କଷ୍ଟକର ପରିସ୍ଥିତିକୁ ମନେ ପକାଇ ଆଜି ମଧ୍ୟ କାନ୍ଦି ପକାଇପାରନ୍ତି। ସ୍କ୍ରିପ୍ଟ ଅନୁଯାୟୀ, କଙ୍ଗନା ବୀରଙ୍କୁ ଗଭୀର ଭାବରେ କିସିଂ ଦେବାର ଥିଲା, କିନ୍ତୁ ସେ ଏତେ ପ୍ରଭାବିତ ହୋଇଗଲେ ଯେ ନିର୍ଦ୍ଦେଶକ ସିନ୍ କଟ୍ କହିବା ପରେ ମଧ୍ୟ କଙ୍ଗନା ଏହା ଜାରି ରଖିଥିଲେ। ବିଚରା ବୀର ଦାସଙ୍କ ଓଠକୁ କାମୁଡ଼ି ଦେଇଥିଲେ । ଯାହାଫଳରେ ତାଙ୍କ ଓଠରୁ ରକ୍ତ ବାହାରିଥିଲା ।

କଙ୍ଗନା ପୂର୍ବରୁ ଦେଇଛନ୍ତି ପ୍ରତିକ୍ରିୟା

ହେଲେ ଏହି ମାମଲା ବର୍ତ୍ତମାନ ପୁଣି ଥରେ ସାମ୍ନାକୁ ଆସିଛି। କଙ୍ଗନା ରାଣାୱତ ୨୦୨୩ରେ ଏହି ଗୁଜବଗୁଡ଼ିକର ଜବାବ ଦେଇସାରିଛନ୍ତି। ସେତେବେଳେ ମଧ୍ୟ ସୋସିଆଲ ମିଡିଆରେ ଦାବି କରାଯାଉଥିଲା ଯେ ତାଙ୍କ କିସ୍ କରିବା ଯୋଗୁଁ ବୀର ଦାସଙ୍କ ଓଠରୁ ରକ୍ତ ବାହାରିଛି। ଏହାର ଜବାବରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ହାସ୍ୟପୂର୍ଣ୍ଣ ଧାରାରେ ଲେଖିଛନ୍ତି, "ହ୍ରିତିକ୍ ରୋଶନଙ୍କ ପରେ, ମୁଁ ବିଚରା ବୀର ଦାସଙ୍କ ପ୍ରତିଷ୍ଠା ନଷ୍ଟ କଲି କି? ଏହା କେବେ ଘଟିଥିଲା?" ସେ ତାଙ୍କ ପୋଷ୍ଟ ସହିତ ଅନେକ ମଜାଦାର ଇମୋଜି ଦେଇଥିଲେ । ଯାହା ସ୍ପଷ୍ଟ କରିଥିଲା ଯେ ସେ ଏହି ରିପୋର୍ଟଗୁଡ଼ିକୁ କେବଳ ଗୁଜବ ବୋଲି ଖାରଜ କରିଥିଲେ।

'ରିଭଲଭର ରାନୀ'ରେ ଅନେକ ଷ୍ଟାର ଅଭିନୟ କରିଥିଲେ

ସାଇ କବୀରଙ୍କ ନିର୍ଦ୍ଦେଶିତ 'ରିଭଲଭର ରାନୀ' ଏକ ଡାର୍କ କମେଡି-ଡ୍ରାମା ଥିଲା ଯେଉଁଥିରେ କଙ୍ଗନା ଜଣେ ରାଜନେତା ଏବଂ ଗ୍ୟାଙ୍ଗଷ୍ଟର ଅଳକା ସିଂହ ଭୂମିକାରେ ଅଭିନୟ କରିଥିଲେ। କଙ୍ଗନା ଏବଂ ବୀର ଦାସଙ୍କ ବ୍ୟତୀତ, ଏହି ଫିଲ୍ମରେ ପୀୟୁଷ ମିଶ୍ରା, ଜାକିର ହୁସେନ ଏବଂ ପଙ୍କଜ ସାରସ୍ୱତଙ୍କ ଭଳି ଅଭିନେତା ପ୍ରମୁଖ ଭୂମିକାରେ ଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ମଧ୍ୟ, କିନ୍ତୁ କଙ୍ଗନାଙ୍କ ଅନନ୍ୟ ଶୈଳୀ ଏବଂ ବୀର ଦାସଙ୍କ ସହିତ ତାଙ୍କର ସ୍କ୍ରିନ୍ କେମେଷ୍ଟ୍ରି ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲା।