ନୂଆଦିଲ୍ଲୀ: ଜୁନ ୧୫ ସୋମବାର ବର୍ଷର ପ୍ରଥମ ସୋମବତୀ ଅମାବାସ୍ୟା। ପୁରା ୧୦୦ ବର୍ଷ ପରେ ବରିଳ ସଂଯୋଗରେ ଏହି ଅମାବାସ୍ୟା ପଡୁଛି। ବର୍ଷର ପ୍ରଥମ ସୋମବତୀ ଅମାବାସ୍ୟା ଜ୍ୟେଷ୍ଠ ଅଧିମାସରେ ପଡିଛି। ଦ୍ୱିତୀୟ କଥାଟି ଯାହା ତାହା ହେଉଛି ଏହି ଦିନ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମଧ୍ୟ ହେଉଛି। ସୂର୍ଯ୍ୟ ବୃଷଭ ରାଶିରୁ ବାହାରି ମିଥୁନ ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷୀଙ୍କ ଅନୁସାରେ ସୋମବତୀ ଅମାବାସ୍ୟାରେ ପଡୁଥିବା ଏହି ବିରଳ ସଂଯୋଗ ୩ ରାଶିଙ୍କୁ ଆର୍ଥିକ ମୋର୍ଚ୍ଚାରେ ଲାଭ ଦେଇ ପାରେ।

ମେଷ ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମେଶ ରାଶି ଜାତକଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି କରିପାରେ। ଏଥିରୁ ଆର୍ଥିକ ସୁଧାରର ମଧ୍ୟ ସଂକେତ ମିଳୁଛି। ଏଣୁ ମେଶ ରାଶି ଜାତକଙ୍କୁ ଆର୍ଥିକ ମାମଲାରେ ଆଶ୍ୱସ୍ତି ମିଳିପାରେ। ପରିବାର ଓ ସମ୍ପର୍କରେ ସାମଞ୍ଜସ୍ୟ ମଧ୍ୟ ବଢିବ। ସରକାରୀ କ୍ଷେତ୍ର ସମ୍ପର୍କିତ କାର୍ଯ୍ୟରେ ଲାଭ ମିଳିବାର ଯୋଗ ସୃଷ୍ଟି ହେଉଛି। ଭୂମି, ଭବନ ଓ ବାହନ ମାମଲାରେ ସକରାତ୍ମକ ପରିଣାମ ପ୍ରାପ୍ତ ହୋଇପାରେ। ଦୀର୍ଘ ସମୟରୁ ଅଟକି ରହିଥିବା କାମ ପୁରା ହେବାର ସମ୍ଭାବନା ରହିଛି। ଏହାଛଡା ଭାଗ୍ୟର ସହଯୋଗ ମିଳିବା ଯୋଗୁ ବିଭିନ୍ନ ଯୋଜନା ସଫଳ ହୋଇପାରେ।

ସିଂହ ରାଶି
ଏହି ରାଶି ଜାତକଙ୍କ ଲାଗି ଆୟର ନୂଆ ସ୍ରୋତ ଖୋଲିବାର ସମ୍ଭାବନା ଦେଖା ଦେଉଛି। ଯଦି ପୂର୍ବରୁ ଆପଣ କୌଣସି ନିବେଶ କରିଛନ୍ତି ସେଥିରୁ ଭଲ ଲାଭ ମିଳିପାରେ। ଏଣୁ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ଏହା ଛଡା ବୃତ୍ତିଜୀବୀ ଲୋକଙ୍କୁ ନୂଆ ଦାୟିତ୍ୱ ମିଳିପାରେ ଅଥବା ପଦୋନ୍ନତିର ଅବସର ମିଳିପାରେ। ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସଂକେତ ମିଳୁଛି। ପରିଶ୍ରମର ସକରାତ୍ମକ ପରିଣାମ ମିଳିବା ଯୋଗୁ ଆତ୍ମ ବିଶ୍ୱାସ ବୃଦ୍ଧି ହେବ। ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ମଧ୍ୟ ବଢିବ।

ମକର ରାଶି
ଏହି ବିରଳ ଯୋଗ ଚାକିରି ଓ ବ୍ୟବସାୟରେ ଦୃଢତା ପ୍ରଦାନ କରିବ ବୋଲି କୁହାଯାଉଛି। ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଓ ପରିଶ୍ରମର ଉଚିତ ପରିଣାମ ମିଳିବାରୁ ସନ୍ତୋଷ ପାଇବେ। କ୍ୟାରିୟରରେ ସ୍ଥିରତା ଓ ପ୍ରଗତିର ସଂକେତ ମିଳୁଛି। ଆକଷ୍ମିକ ଧନଲାଭର ଯୋଗ ମଧ୍ୟ ସୃଷ୍ଟି ହେଉଛି। ଏଣୁ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଆହୁରି ଭଲ ହୋଇପାରେ। ଏହା ଛଡା ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଶ୍ୱସ୍ତି ମିଳିବାର ସୂଚନା ମିଳୁଛି। ଯଦି ଗତ କିଛି ସମୟ ହେଲା ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଲାଗି ରହିଛି ଏଥିରେ ଧିରେ ଧିରେ ସୁଧାର ହେବାର ଆଶା କରାଯାଉଛି।