ନୂଆଦିଲ୍ଲୀ, ୨୩।୦୭ : କକରୋଚ ଜନତା ପାର୍ଟି (ସିଜେପି)ର ଧାରଣାକୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ପକ୍ଷ ରଖିଛନ୍ତି। ସରକାରଙ୍କ ପକ୍ଷରୁ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ (ଏଏଜି) ଏସ୍ ଭି ରାଜୁ କହିଛନ୍ତି, ସିଜେପିର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ନ ଥିଲା। ବିକ୍ଷୋଭ ପ୍ରଦର୍ଶନରେ କିଛି ତତ୍ତ୍ଵର ସହାୟତା ନିଆଯାଇଥିଲା। ତା'ଛଡ଼ା ଏହି ମାମଲାରେ ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍) କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ। ଏହି ସମୟରେ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ଼ ବିରୋଧୀ ପିଟିସନ ଦେଖାଣିଆ କିଭଳି ହେଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

ଆବେଦନକାରୀଙ୍କ ଅଭିଯୋଗ ଉପରେ ଏଏସଜି କହିଲେ, ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ବେଳେ ଅନେକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଭିଡ଼ରେ ସାମିଲ ତତ୍ତ୍ୱଗୁଡ଼ିକ ହିଂସାକାଣ୍ଡ ଘଟାଇଥିଲେ। ଜନସ୍ବାର୍ଥ ମାମଲା (ପିଆଇଏଲ୍) ନାମରେ ଏହା ‘ପବ୍ଲିସିଟି ଇଣ୍ଟରେଷ୍ଟେଡ ଲିଟିଗେସନ ଅଟେ। ସେମାନଙ୍କୁ ମାଜିଷ୍ଟ୍ରେଟ କୋର୍ଟ ଯିବାକୁ ଦିଆଯାଉ। ଆବଶ୍ୟକ ପଡ଼ିଲେ ସେମାନେ ଏଫଆଇଆର୍ ରୁଜୁ କରିବେ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଶାଢିପୂର୍ଣ୍ଣ ଆନ୍ଦୋଳନରେ ବର୍ବରୋଚିତ ବ୍ୟବହାର କରାଯାଇଥିଲା । ସମାଜର ପ୍ରତ୍ୟେକ ବର୍ଗର ଲୋକ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ବଳ ପ୍ରୟୋଗ କରାଯାଇଥିଲା ।

ହାଇକୋର୍ଟରେ ଶୁଣାଣି

ବୁଧବାର ଦିଲ୍ଲୀ ହାଇକୋର୍ଟ କକରୋଚ୍ ଜନତା ପାର୍ଟି ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଏସଆଇଟି ତଦନ୍ତ ବାବଦରେ ଶୁଣାଣି କରିଥିଲେ । ଏହି ଘଟଣାକୁ ଏକାନ୍ତରେ ରଖାଯାଇପାରିବ ନାହିଁ । ଏହାସହ ଦିଲ୍ଲୀ ପୋଲିସକୁ ସମସ୍ତ ସିସିଟିଭି ଫୁଟେଜ୍ ସୁରକ୍ଷିତ ଭାବେ ରଖିବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମାମଲାକୁ ସମୟ ବରବାଦ କରନି କହି ଖାରଜ କରିବା ପରେ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ୧୧ ତାରିଖରେ ମାମଲାର ଶୁଣାଣି ହେବ । ଏହା କେଉଁ ବ୍ୟକ୍ତିଙ୍କ ନିଜସ୍ୱ ଏବଂ ଏକାନ୍ତରେ ଘଟାଇଥିବା ମାମଲା ନୁହେଁ । ଯଦି ସରକାର ଏହାକୁ ବେଆଇନ ଧାରଣା ବୋଲି କହୁଛନ୍ତି ତାହାଲେ ଏନେଇ ଅଧିକ ବିତର୍କ ଏବଂ ପ୍ରମାଣର ଆବଶ୍ୟକତା ରହିଛି । ଏହାସହ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି ।