ନୂଆଦିଲ୍ଲୀ,୧୮|୦୬:ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧନାଙ୍କ ବଡ ରେକର୍ଡ । ଯାହା କେବେହେଲେ ପୁରୁଷ କିମ୍ବା ମହିଳା ଟି୨୦ କ୍ରିକେଟର ଦେଖିବାକୁ ମିଳିନଥିଲା ତାହା କରିଛନ୍ତି ସ୍ମୃତି । ଏହାସହ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ନେଦରଲ୍ୟଣ୍ଡ ବିପକ୍ଷ ଲିଗ୍ ମୁକାବିଲାରେ ସ୍ମୃତି ଏହି କୀର୍ତ୍ତିନାମା ସ୍ଥାପନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଜୁନ ୧୭ ଥିଲା ସ୍ମୃତିଙ୍କ ପାଇଁ ଖାସ୍ ଦିନ । ଏହି ଦିନ ସେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ଦମଦାର ଇନିଂସ । ଯେଉଁଥି ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ମ୍ୟାଚରେ ସେ ଲଗାତାର ଦୁଇଥର ହାଫ୍ ସେଞ୍ଚୁରୀ ଲଗାଇଥିଲେ ।

ନେଦରଲ୍ୟାଣ୍ଡ ବିରୋଧରେ ସ୍ମୃତିଙ୍କ ବ୍ୟାଟରୁ ୭୪ ରନ୍ ବାହାରିଥିଲା । ଏହି ରନ୍ ପାଇଁ ସେ ମାତ୍ର ୪୭ ବଲର ସାହାଯ୍ୟ ନେଇଥିଲେ । ଯେଉଁଥିରେ ୧୧ଟି ଚଉକା ଏବଂ ଗୋଟିଏ ଛକା ସାମିଲ ଥିଲା । ଓପନର ସେଫାଳି ବର୍ମାଙ୍କ ସହ ମିଶି ସେ ୧୧୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ ।

ମନ୍ଧାନାଙ୍କ ବଡ ରେକର୍ଡ

ଟି୨୦ ଫର୍ମାଟରେ ସ୍ମୃତି ୬୦୦ଟି ଚଉକା ମାରିବାର ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ପ୍ରଥମ କ୍ରିକେଟର ଭାବେ ଆଇସିସି ଟି୨୦ ଫର୍ମାଟରେ ସେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । କେଉଁ ପୁରୁଷ ଖେଳାଳି ସର୍ବାଧିକ ଚଉକାର ମାଇଲଷ୍ଟୋନ୍ ଛୁଇଁ ନାହାଁନ୍ତି । ପୁରୁଷ ଖେଳାଳି ଭାବରେ ବାବର ଆଜମ ଟି୨୦ ଫର୍ମାଟରେ ସର୍ବାଧିକ ୪୭୭ଟି ଚଉକା ଲଗାଇଛନ୍ତି । ଭାରତୀୟ ଖେଳାଳି ଭାବେ ରୋହିତ ସର୍ବାଧିକ ଅନ୍ତର୍ଜାତୀୟ ଟି୨୦ରେ ୩୮୩ ଚଉକା ଲଗାଇ ପ୍ରଥମ ସ୍ଥାନରେ ଅଛନ୍ତି ।