ମାଲକାନଗିରି ୧୩।୯: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ । ଏହି ଘଟଣାରେ ୬ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ଏବଂ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ଡିଏଫଓ କହିଛନ୍ତି । ଏମାନଙ୍କ ନିକଟରୁ ୩ଟି ବାଇକ୍ ଓ ୫ଟି ମୋବାଇଲ ଜବତ ହୋଇଛି ।

Also Read:- ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତକୁ ଅଭୂତପୂର୍ବ ସଫଳତା ; ନିବେଶର ବଡ଼ ସୁଯୋଗ, ଓଡ଼ିଶାରେ ସୃଷ୍ଟି ହେବ ଲକ୍ଷାଧିକ ନିଯୁକ୍ତି

ବିଶେଷ ସୂତ୍ରରୁ ଖବର ପାଇ ସତିଗୁଡା ନିକଟରେ ବନ ବିଭାଗର ଏକ ଟିମ୍ ଚୋରା ଚାଲାଣକାରୀଙ୍କୁ କାବୁ କରିଥିଲା । ତେବେ ଏହି ବଜ୍ରକାପ୍ତା କାତି କେଉଁଠୁ ଆସିଲା ଓ ଏହାକୁ କେଉଁଠି ଚୋରା ଚାଲାଣ କରାଯାଉଥିଲା ଆଉ ଏହା ପଛରେ କେଉଁ ମାନେ ସାମିଲ ଅଛନ୍ତି ସେସବୁ ଦିଗକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଥିବା ମାଲକାନଗିରି ଡିଏଫଓ କହିଛନ୍ତି ।

Watch Video: