ଭୁବନେଶ୍ବର ୧୩।୯: ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତକୁ ଅଭୂତପୂର୍ବ ସଫଳତା ମିଳିଛି । ଏ ଗସ୍ତ ଫଳରେ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ସହ ୮ ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟି ହୋଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ଓଡ଼ିଶାର ଶିଳ୍ପ ବିକାଶ ଓ ଅର୍ଥନୈତିକ ସମୃଦ୍ଧି କ୍ଷେତ୍ରରେ ଐତିହାସିକ ସଫଳତା ଆଣିଦେଇଛି । ଏହି ଗସ୍ତ କାଳରେ ପାଖାପାଖି ୨୪ଟି ପ୍ରକଳ୍ପ ପାଇଁ ଏମ୍ଓୟୁ ଏବଂ ଆଇଏଏଫ୍ କମିଟମେଣ୍ଟ ହୋଇଛି । ଯାହା ମାଧ୍ୟମରେ ରାଜ୍ୟକୁ ୨,୪୩,୦୬୨ କୋଟି ଟଙ୍କାର ପୁଞ୍ଜି ଆସିବ। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୮ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ୟୁଏଇ ଗସ୍ତର ମୁଖ୍ୟ ଆକର୍ଷଣ

ବିଶାଳ ନିବେଶ: କେମିକାଲ୍, ପେଟ୍ରୋକେମିକାଲ୍, ମେଟାଲ୍ ଡାଉନଷ୍ଟ୍ରିମ୍, ହେଲ୍ଥ ସେକ୍ଟର, ଆଇଟି ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ୨,୪୩,୦୬୨ କୋଟି ଟଙ୍କାର ସଫଳ ନିବେଶ ପ୍ରସ୍ତାବ ।

ଉଚ୍ଚସ୍ତରୀୟ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ୱସ୍ତରୀୟ ନିବେଶକମାନଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା, ରାଉଣ୍ଡ ଟେବୁଲ୍ ମିଟିଂ ଏବଂ ରୋଡ୍ ଶୋ' ସଫଳତାର ସହ ଆୟୋଜିତ ହୋଇଛି ।

ଦୁଇ ମାସରେ ଜମି ହସ୍ତାନ୍ତର: ଗ୍ରାଉଣ୍ଡ ସ୍ତରରେ କାମକୁ ସ୍ପିଡ୍-ଅପ୍ କରିବା ପାଇଁ ୟୁଏଇର ଆଇଏଚସି କମ୍ପାନୀ ସହ ଏମଓୟୁର ମାତ୍ର ୨ ମାସ ମଧ୍ୟରେ ଜମି ଚୟନ କରାଯାଇ ତାର କାଗଜପତ୍ର ମୁଖ୍ୟ କାର୍ଯ୍ୟାଳୟରେ ହସ୍ତାନ୍ତର କରାଯାଇଛି ।

Also Read:- ସଫେଇ ବେଳେ ପାଚେରୀ ଡେଇଁ କଏଦୀ ଫେରାର, ନିଲମ୍ବିତ ହେଲେ ନୂଆପଡ଼ା ସବ୍ ଜେଲର

ଏହି ଅବସରରେ ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ରଖିଛନ୍ତି ଶିଳ୍ପ ମନ୍ତ୍ରୀ । ଗ୍ରାଉଣ୍ଡ ବ୍ରେକିଂ ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କଲେ ଶିଳ୍ପ ମନ୍ତ୍ରୀ । ଏହା ଏକ କ୍ରମାଗତ ପ୍ରକ୍ରିୟା । ବିଗତ ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପକୁ ଏଚଏଲସିଏ ଅନୁମୋଦନ ଦେଇସାରିଛି । ସେହିପରି ୩ ଲକ୍ଷ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଛି, ଯାହା ପୂର୍ବତନ ସରକାରଙ୍କ ୧୦ ବର୍ଷର ରେକର୍ଡ ସହ ସମାନ । ଆମ ସରକାର 'Speed of Doing Business'କୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

Watch Video: