ଭୁବନେଶ୍ବର ୧୫।୫: ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ । ପୁରୀ ପେଣ୍ଠକଟା ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରକୁ କିଭଳି ଡଙ୍ଗା ନେଇ ମାଛ ଧରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଥିବା ବେଳେ ପେଟ୍ରୋଲ ମଧ୍ୟ ଠିକ୍ ଭାବେ ମିଳିପାରୁନାହିଁ ।

​​​​​​​

ପ୍ରତିଦିନ ମତ୍ସ୍ୟଜୀବୀ ମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥାନ୍ତି । ମୋଟର ଚାଳିତ ଡଙ୍ଗା ନେଇ ମାଛ ମାରିବା ସହିତ ଏହାକୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଏବେ ପେଟ୍ରୋଲ, ଡିଜେଲକୁ ନେଇ ବଡ଼ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ନହେଲେ ପରିବାର କିଭଳି ଚଳିବ ବୋଲି ତା'କୁ ନେଇ ଚିନ୍ତା ବଢ଼ିଯାଇଛି ମତ୍ସ୍ୟଜୀବୀଙ୍କର ।

Also Read:- କଟକରୁ ଭୁବନେଶ୍ୱର, ମାଲକାନାଗିରିରୁ ସୁବର୍ଣ୍ଣପୁର… ତେଲ ପାଇଁ ହାହାକାର, କୃତ୍ରିମ ସଙ୍କଟ ପଛରେ କାହାର ହାତ ?

ସେପଟେ ପେଣ୍ଠକଟା ପେଟ୍ରୋଲ ପମ୍ପରେ ତେଲ ପାଇଁ ଗତକାଲି ଭଳି ଆଜି ମଧ୍ୟ ଜାରକିନ୍ ଧରି ପେଟ୍ରୋଲ, ଡିଜେଲ୍ ନେବା ପାଇଁ ଲାଇ ଠିଆ ହୋଇଛନ୍ତି ଲୋକେ ।