ନୂଆଦିଲ୍ଳୀ ୧୬।୦୮; ପପୁଲାର ଏବଂ ଟ୍ୟାଲେଣ୍ଟେଡ୍ ସିଙ୍ଗର୍ ଲକି ଅଲି। ଏହି ଗାୟକ ସବୁବେଳେ ନିଜର ସୁରିଲା କଣ୍ଠରେ ସମସ୍ତଙ୍କ ହୃଦୟ ଜିତି ଆସିଛନ୍ତି । ହେଲେ ନିକଟରେ ଏକ ଲାଇଭ୍ କନସର୍ଟରେ ଏଭଳି କଥା କହିଥିଲେ ଯାହା ଦର୍ଶକଙ୍କ ଇମୋସନାଲ କରିଦେଇଥିଲା। ଲକି ଅଲି ଖାନ୍ ସିଙ୍ଗର ହେବା ସହ ଜଣେ କମ୍ପୋଜର , ଆକ୍ଟର ମଧ୍ୟ । ସବୁବେଳେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିଆସିଛନ୍ତି । ତାଙ୍କ ଗାଇବାର ଅନ୍ଦାଜ୍ ମନକୁ ହାଲକା କରିଦିଏ । ତାଙ୍କ ଫିଲ୍ମ ଗୀତ ସିହ ଲାଇଭ୍ କନସର୍ଟକୁ ଶ୍ରୋତା ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଏବେ ସେ ତାଙ୍କ ପ୍ରଶଂସକଙ୍କୁ ଇମୋସନାଲ କରିଦେଇଛନ୍ତି ।

ଏହି ସିଙ୍ଗର ନିଜ ଇନଷ୍ଟାରେ କନସର୍ଟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କହିଛନ୍ତି ସେ ତାଙ୍କ ମୃତ୍ୟୁର ପ୍ରସ୍ତୁତି କରୁଛନ୍ତି। କହିଛନ୍ତି , ମୁଁ ମୋ କଫନ୍ ସାଙ୍ଗରେ ନେଇ ବୁଲୁଛି। କେଜାଣେ କେତେବେଳେ ଚାଲିଯିବି, ହେଲେ ଯୋଉଠି ମରିଯିବି ସେଇଠି ମୋତେ ପୋତିଦେବ । ଲକି ଅଲି ଏକଥା ବି କହିଛନ୍ତି , ସେ ଯେବେବି କୁଆଡ଼େ ଟ୍ରାଭେଲ କରନ୍ତି ନିଜ ସହ ନିଜ କଫନ୍ ନେଇ ଯାଆନ୍ତି, ଏହା ସହ ଦୁଇଟି ସାଧା କପଡ଼ା ନେଇଥାଆନ୍ତି, ଯାହା ମଣିଷ ମରିଯିବା ପରେ ତା ଉପରେ ଘୋଡ଼ାଇଦିଆଯାଏ । ଏହାକୁ ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ହଜ୍ ସମୟରେ ପିନ୍ଧନ୍ତି । ଯୋଉଠି ତାଙ୍କର ମୃତ୍ୟୁ ହୋଇଯିବ ସେଇଠି ହିଁ ତାଙ୍କୁ କବର ଦେବାକୁ କହିବା ପରେ ଭାବବିହ୍ବଳ ହୋଇଯାଇଥିଲେ ଶ୍ରୋତା।

ଲକି ଅଲିଙ୍କ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ଫ୍ୟାନ୍ସ କମେଣ୍ଟ ସେକ୍ସନରେ ସିଙ୍ଗର ଲକି ଅଲିଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଲେଖିଛନ୍ତି , ଆପଣଙ୍କ ସ୍ବର ମନ ପାଇଁ ଔଷଧ ଭଳି କାମ କରେ। ତେଣୁ ଆପଣ ଏଭଳି କଥା ଜମାରୁ ବି କୁହନ୍ତୁନି। ଆଉ ଜଣେ ଲେଖିଛନ୍ତି, ଆପଣ କେବେବି ଆମକୁ ଛାଡ଼ି ଯାଇପାରିବେନି । ଆପଣ ସବୁବେଳେ ଆମ ହୃଦୟରେ ଅଛନ୍ତି ।