ନୂଆଦିଲ୍ଲୀ ୧୦।୦୪; ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର : ଦି ରିଭେଞ୍ଜ'ରେ ଅନେକ ହୃଦୟସ୍ପର୍ଶୀ ଗୀତ ଥିଲା, ଯାହାକୁ ଖୁବ୍ ପସନ୍ଦ କରାଯାଇଛି। ହେଲେ ଏଥିରେ ଥିବା ଗୋଟିଏ ଗୀତ ଖୁବ୍ ଚର୍ଚ୍ଚା ସାଉଁଟିଛି ,ଯାହା ଉସ୍ତାଦ ନୁସରତ ଫତେହ ଅଲୀ ଖାନ ସାହେବଙ୍କ ପ୍ରସିଦ୍ଧ କବାଲୀର ରିମେକ୍ ଥିଲା। 'ଜାନ ସେ ଗୁଜରତେ ହୈ...' ଗୀତକୁ ପଞ୍ଜାବୀ ସୁଫି ଗାୟକ ଖାନ ସାବ ଗାଇଥିଲେ, ଯାହା ପରେ ସେ ଖୁବ୍ ପ୍ରସିଦ୍ଧି ହୋଇଥିଲେ। ଖାନ ସାବ୍ ସମ୍ପ୍ରତି ଇଣ୍ଡିଆ ଟୁଡେ/ ଆଜତକ୍ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଧୁରନ୍ଧରର ସଫଳତାରେ ମିଳିଥିବା ପରିଚୟ ଓ ସ୍ୱୀକୃତି ବିଷୟରେ ଆଲୋଚନା କରିଥିଲେ। ଏହି ସିଙ୍ଗର କହି ଥିଲେ , କେମିତି ତାଙ୍କ ଗୀତକୁ ଖୁବ୍ ଭଲ ପାଇବା ମିଳିଲା। ଏହାସହ ତାଙ୍କ ପିତାମାତାଙ୍କ ବିଷୟରେ ଏକ ଦୁଃଖଦ କାହାଣୀ ମଧ୍ୟ ସେୟାର କରି ଥିଲେ।

ଖାନ ସାବ କହିଥିଲେ ,ଯେତେବେଳେ 'ଧୁରନ୍ଧର-୨' ର ମ୍ୟୁଜିକ୍ ଲଞ୍ଚ ଇଭେଣ୍ଟରେ ତାଙ୍କର ପ୍ରଦର୍ଶନ ଭାଇରାଲ ହେଲା , ତ ସେ ସିଧା ତାଙ୍କ ପିତାମାତାଙ୍କ କବର ସ୍ଥଳକୁ ଯାଇଥିଲେ। ସେ ତାଙ୍କ ମାଆଙ୍କୁ ବହୁତ ଭଲ ପାଉ ଥିବାରୁ ସେ କାର୍ଯ୍ୟକ୍ରମରୁ ସିଧା ସେଠାକୁ ଯାଇଥିଲେ। ଖାନ ସାବ ଏହା କହିବା ସମୟରେ କାନ୍ଦି ପକାଇ ଥିଲେ। ଏହାପରେ ସେ ତାଙ୍କ ମାଆଙ୍କ ସ୍ୱପ୍ନର କଥାକୁ ଖୁଲାସା କରି ଥିଲେ। ତାହେଲେ କଣ ଥିବା ତାଙ୍କ ମାଆଙ୍କ ସ୍ୱପ୍ନ , ଚାଲନ୍ତୁ ଜାଣିବା । ଖାନ ସାହେବ କହିଥିଲେ, "ମୋ ମାଆଙ୍କ ସ୍ୱପ୍ନ ଥିଲା ସଲମାନ ଖାନଙ୍କୁ ଭେଟିବା । ସେ ମୋତେ ସଲମାନ ଖାନଙ୍କ ସହ ପରିଚୟ କରାଇବାକୁ କହୁଥିଲେ, ମୋତେ ତାଙ୍କ ସହ କାହିଁକି ପରିଚୟ କରାଉ ନାହଁ ? ସେ ପର୍ଯ୍ୟନ୍ତ ବଲିଉଡରେ ମୋର କୌଣସି ନାମ ନଥିଲା। ମୁଁ ତାଙ୍କୁ କହିଥିଲି, 'ମା, ଏହା ମୋ ଆୟତ୍ତ ବାହାରେ, ମୁଁ କ'ଣ କରିପାରିବି? ମୁଁ ନିଜେ ତାଙ୍କୁ ଭେଟି ପାରିଲି ନାହିଁ, ମୁଁ ତୁମକୁ ତାଙ୍କ ସହିତ କିପରି ପରିଚୟ କରାଇବି?' ମୋ ମାଆ ସଲମାନ ଭାଇଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ମୋ ପାଖରେ ତାଙ୍କର ଏକ ଭିଡିଓ ମଧ୍ୟ ଅଛି। ମୁଁ ତାଙ୍କୁ କହିଥିଲି ଯେ ,ଯେତେବେଳେ ଆଲ୍ଲା ଚାହିଁବେ, ଇନ୍ସାଆଲ୍ଲା ତ ନିଶ୍ଚୟ ଭେଟିବେ। ଏବେ ଯେତେବେଳେ ସମୟ ଆସିଛି , ତ ସେ ନାହାନ୍ତି ।

କିନ୍ତୁ ମୁଁ ଆଲ୍ଲାଙ୍କ ଉପରେ ବିଶ୍ୱାସ ରଖିଛି, ସଲମାନ ଭାଇ ଏହିପରି ତ ନୁହେଁ, କିନ୍ତୁ ଅମ୍ମିଙ୍କ କବରରେ ଫାତିହା ପଢିବାକୁ ନିଶ୍ଚୟ ଆସିବେ। କହି ରଖୁଛି କି , ଖାନ ସାବଙ୍କ ମାତା-ପିତା ଦୁହେଁ ଏହି ଦୁନିଆରେ ନାହାନ୍ତି। ସେପ୍ଟେମ୍ୱର ୨୦୨୫ରେ ପ୍ରଥମେ ସେ ତାଙ୍କର ମାଆଙ୍କ ହରାଇ ଥିଲେ। ସେତେବେଳେ ସେ କାନାଡାକୁ ଶୋ’ କରିବାକୁ ଯାଇଥିଲେ। ଏହାପରେ ମାଆଙ୍କ ଯିବାର ପ୍ରାୟ ୧୭ ଦିନ ପରେ , ଖାନ ସାବଙ୍କ ପିତା ମଧ୍ୟ ଚାଲିଗଲେ।ଗତ ବର୍ଷ ତାଙ୍କ ଜୀବନର ସବୁଠୁ ମୁସ୍କିଲ ବର୍ଷ ଥିଲା। କିନ୍ତୁ ଏବେ ଧୁରନ୍ଧରର ସକ୍ସେସ୍ ତାଙ୍କୁ ନୂଆ ପରିଚୟ ଦେଇଛି। ଖାନ ସାବଙ୍କ ପ୍ରକୃତ ନାଁ ଇମ୍ରାନ ଖାନ।

​​​​​​​Also Read- Karan-Ankita News: ବୈବାହିକ ଜୀବନରେ ଉଠିଛି କି ଝଡ ? ଶୁଣି ଭଡ଼କିଲେ ପତ୍ନୀ