ମୁମ୍ୱାଇ: ସେଲିବ୍ରିଟି ଟେଲି କପଲ୍ । ଭାରି ଚର୍ଚ୍ଚିତ ଯୋଡି । ଅଭିନୟ-ପ୍ରେମ ପରେ ବିବାହ । ସମୟ ଥିଲା କରଣ ପଟେଲ୍‌ଙ୍କୁ କୁହାଯାଉଥିଲା ଛୋଟ ପରଦାର ଶାହରୁଖ୍ ଖାନ୍ । କିନ୍ତୁ ଅହଙ୍କାର ଏବଂ ନିଶା ପାଇଁ ଧୀରେ ଧୀରେ ସେ ଟିଭିରୁ ଦୂରେଇ ଗଲେ । ଦୀର୍ଘ ଦୀନ ପରେ ତାଙ୍କୁ The-5 ଶୋରେ ଦେଖିବାକୁ ମିଳିଥିଲା । କିନ୍ତୁ ୧୦ ଦିନ ପରେ ସେ ଶୋରୁ ବାହାରିଗଲେ । ଏହା ପରେ ତାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା ।

ଏମିତି ବି ଚର୍ଚ୍ଚା ହୋଇଥିଲା କି, ତାଙ୍କର ବୈବାହିକ ଜୀବନରେ ଉଠିଛି ଝଡ । ବୋଧହୁଏ ତାଙ୍କ ପତ୍ନୀ ସହ ଛାଡପତ୍ର ହେବାର ସମ୍ଭାବନା ଅଛି । ତେବେ ଏତେ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି କରଙ୍କ ପତ୍ନୀ ଅଙ୍କିତା ଭାର୍ଗବ । ଡିଭୋର୍ସ ଖବର ଭିତରେ ନୀରବତା ଭଙ୍ଗ କରିଛନ୍ତି ଅଙ୍କିତା । ସେ କହିଛନ୍ତି ମୋର କିଛି ଫରକ ପଡିବନି । ଯେଉଁମାନେ କରଣଙ୍କ ବିଷୟରେ କିଛି ଚର୍ଚ୍ଚା କରୁଛନ୍ତି ସବୁ ମନଗଢା କାହାଣୀ । ଦୁଇ ବର୍ଷ ପରେ ତାଙ୍କୁ ସେ ବିଷୟରେ ଜଣାପଡିଯିବ, ଏଥିରେ ସନ୍ଦେହ ନାହିଁ ।

​​​​​​​Also Read...Sanya-Rishab Break Up: ସାନ୍ୟାଙ୍କ ସହ ବ୍ରେକ୍ଅପ ପରେ ଆଉ କାହାକୁ ଡେଟ୍ କରୁଛନ୍ତି ରିଷଭ, ଇନଷ୍ଟାଗ୍ରାମରେ କଲେ ଅନଫଲୋ

ମୁଁ କିଛି କାହା ବିଷୟରେ କହି ମୋର ପାପ କାହିଁ ବଢାଇବି । ମୋତେ ଟ୍ରୋଲିଂରେ କିଛି ପ୍ରଭାବ ପଡେନି । ନା ମୁଁ ସେ ବିଷୟରେ କିଛି ଚିନ୍ତା ବି କରେନି । ମୁଁ କେବଳ ଏତିକି ଜାଣିଛି କି, ଛୋଟିଆ ଜୀବନ, ଏଥିପାଇଁ ସମସ୍ତଙ୍କ ବଲ ଚିନ୍ତା କର, ଭଲ କାମ ବି କର । ମୋ ବିବାହକୁ ୧୧ ବର୍ଷ ବିତିଗଲାଣି । ଏମିତିକି ମୁଁ ବିବାହ ସମୟରେ ବି ଟ୍ରୋଲିଂର ଶିକାର ହୋଇଥିଲି । ଏଥିପାଇଁ ଏବେ କେବଳ ପଜିଟିଭ କମେଣ୍ଟ ବିଷୟରେ ଚିନ୍ତା କରୁଛି । ବାକି ରହିଲା କରଣଙ୍କ କଥା ଯିଏ ଯାହା କହୁଛି ଛିକ୍ କରୁଛି । ଏଥିରେ କାହାରି କିଛି କରିବାର ନାହିଁ କି କହିବାର ନାହିଁ ।